ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଦାୟର କଲେ ୧୦ କୋଟିର ମାନହାନି ମକଦ୍ଦମା

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପତ୍ନୀ ରିନିକୀ ଭୁୟାଁ ସରମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟିର ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗୌରବ ଗୋଗୋଇ ଅଭିଯୋଗ ଆଣିଛନ୍ତି ଯେ ରିନିକୀଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କଠାରୁ ୧୦ କୋଟି ଟଙ୍କାର ସବସିଡି ମିଳିଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପତ୍ନୀ ରିନିକୀ ଭୁୟାଁ ସରମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟିର ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗୌରବ ଗୋଗୋଇ ଅଭିଯୋଗ ଆଣିଥିଲେ ଯେ ରିନିକୀଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କଠାରୁ ୧୦ କୋଟି ଟଙ୍କାର ସବସିଡି ମିଳିଛି। ଗୋଗୋଇଙ୍କ ଏହି ଦାବିକୁ ରିନିକୀ ଏବଂ ହିମନ୍ତ ବିଶ୍ୱ ସରମା ମିଥ୍ୟା ବୋଲି କହିଥିଲେ।

ରିନିକୀଙ୍କ ଓକିଲ ଦେବଜିତ୍ ସାକିଆ କହିଛନ୍ତି ଯେ ଶୁକ୍ରବାର ଏହି ମାମଲା କାମରୂପ ମେଟ୍ରୋପଲିଟାନ୍‌ର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) କୋର୍ଟରେ ଦାୟର କରାଯାଇଛି। ସେପ୍ଟେମ୍ବର ୨୬ରେ ଏହାର ଶୁଣାଣି ହେବ। ଆମେ ସବସିଡି ପାଇବା ପାଇଁ କେବେ କୌଣସି ଆବେଦନ କରିନାହୁଁ।

ସାକିଆ କହିଛନ୍ତି, ଗୌରବ ଗୋଗୋଇ ଯାହା ବି କିଛି ଦାବି କରିଛନ୍ତି, ତାହା ଭୁଲ। କୌଣସି ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିବାର ଅର୍ଥ ଏହା ନୁହେଁ ଯେ ସବସିଡି ମିଳିଯାଇଛି। ଆମେ ଏହି ମାମଲାକୁ ସମ୍ପୂର୍ଣ୍ଣ ଶକ୍ତି ସହିତ ଲଢ଼ିବୁ।

କଂଗ୍ରେସ ସାଂସଦ ଗୋଗୋଇ ସୋସିଆଲ ମିଡିଆ ମାଧ୍ୟମରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସବସିଡି ପାଇବାରେ ସରମା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଗୋଗୋଇଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତାଙ୍କ ପତ୍ନୀ ସାଂସଦଙ୍କ ବିରୋଧରେ ମାନହାନିର ଅଭିଯୋଗ ଲଗାଇ ମକଦ୍ଦମା କରିବାକୁ ଧମକ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.