Below header

ଚୀନ୍‌ : ମଣିଷ ଶରୀରରେ ପ୍ରଥମ ଥର ପାଇଁ ଦେଖାଗଲା ବାର୍ଡ ଫ୍ଲୁ ଭୂତାଣୁ

ବେଜିଂ : ଚୀନ୍‌ରେ ପ୍ରଥମ ଥର ପାଇଁ ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି । ଚୀନ୍‌ର ଏହି ୪୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁର ଏଚ୍‌୧୦ ଏନ୍‌୩ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି । ବଡ଼ କଥା ଯେ ତାଙ୍କ ଠାରୁ କୌଣସି ବ୍ୟକ୍ତିଙ୍କୁ ଏହା ସଂକ୍ରମଣ ହୋଇନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

bird flu
photo credit: NDTV.com

ଚାଇନାରୁ ପ୍ରକାଶିତ ତଥ୍ୟ ଅନୁଯାୟ ବାର୍ଡ ଫ୍ଲୁରେ ସଂକ୍ରମି ହୋଇଥିବା ଉକ୍ତ ବ୍ୟକ୍ତି ଜନଜିଆଙ୍ଗ ଅଞ୍ଚଳର । ସେ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କ ଶରୀରରେ ଅନ୍ୟାନ୍ୟ ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ମଇ ୨୮ତାରିଖରେ ତାଙ୍କ ଦେହରେ ଏହି ଷ୍ଟ୍ରେନ (ଏଚ୍‌୧୦ ଏନ୍‌୩ ) ଚିହ୍ନଟ ହୋଇଥିଲା ।

ଏହି ବ୍ୟକ୍ତିଙ୍କ ଦେହକୁ କିପରି ଏହି ଷ୍ଟ୍ରେନ୍‌ ଆସିଲା ସେ ସମ୍ପର୍କରେ ତଥ୍ୟ ଜଣାପଡ଼ିନାହିଁ । ତେବେ ଏହି ଷ୍ଟ୍ରେନ୍‌ର ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.