Matrimonial ସାଇଡରୁ ବିବାହ କରି ୮ ଲକ୍ଷ ଟଙ୍କାର ଲାଗିଲା ଚୂନା, ଜାଣନ୍ତୁ ପରର ଘଟଣା

ମଡର୍ଣ୍ଣ ଯୁଗରେ ବିବାହ ହେବାରେ ବିଳମ୍ବ ହେଲେ, ଉପଯୁକ୍ତ ଜୀବନ ସାଥି ନ ମିଳିଲେ ପ୍ରାୟତଃ ସମସ୍ତେ ମାଟ୍ରିମୋନିଆଲ ସାଇଡକୁ ନିର୍ଭର କରିଥାନ୍ତି । ଉପଯୁକ୍ତ ଜୀବନ ସାଥି ପାଇଁ ନିଜର ସମସ୍ତ ତଥ୍ୟ ଦେଇଥାନ୍ତି । କିନ୍ତୁ ଏହି ସାଇଡରୁ ଠିକ ହେଉଥିବା ବିବାହ ଅନେକଙ୍କ ପାଇଁ ଏବେ କାଳ ସାଜୁଛି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମାଟ୍ରିମୋନିଆଲ ସାଇଡରୁ ଯୁବତୀଙ୍କ ପାଇଁ ବିବାହକୁ ନେଇ ପ୍ରସ୍ତାବ ଠିକ ହେଲା । ଏହା ପରେ ୮ ଲକ୍ଷ ଟଙ୍କାର ଚୂନା ମଧ୍ୟ ଲାଗିଲା ମନା କରିବା ପରେ ମଧ୍ୟ ପୁଅ ଓ ପୁଅର ଭଉଣୀ ଝିଅକୁ ବନ୍ଧକ ବନାଇ ଜବରଦସ୍ତୀ ଭାବେ ଟଙ୍କା ମାଗିବା ଆରମ୍ଭ କଲେ । ଏହି ଘଟଣା ବରଦାନଖଣ୍ଡ ଅଞ୍ଚଳର । ଏଥିରେ ଯୁବତୀ ୨୦୧୯ ମସିହାରେ ବିବେକ ପାଣ୍ଡେ ନାମକ ବ୍ୟକ୍ତିଙ୍କ ସହ ବିବାହ ପାଇଁ ନିଷ୍ପତ୍ତି ନେଲେ । ବ୍ୟକ୍ତି ଜଣକ ମିଛ କଥା କହି ଝିଅକୁ ବିବାହ କରିବା ପାଇଁ ଆସିଲେ । ଚାକିରୀଠୁ ଆରମ୍ଭ କରି ସବୁକିଛି ମିଛ କହି ଯୁବତୀଙ୍କୁ ଶେଷରେ ବିବାହ କରିଥିଲେ ।

ପ୍ରଥମେ ନିର୍ବନ୍ଧ ପାଇଁ ଝିଅଠୁ ୩ ଲକ୍ଷ ଟଙ୍କା ନେଲେ । ପରେ ବିବାହ ପାଇଁ ୫ ଲକ୍ଷ ଟଙ୍କା ମାଗିଲେ । ଏହାପରେ ମଧ୍ୟ ଆହୁରି ଟଙ୍କା ପାଇବା ଲୋଭରେ ଝିଅକୁ ମାରପିଟ କଲେ । ଟଙ୍କା ଦେବାରୁ ମନା କରିବା ପରେ ଭିଡିଓ ଭାଇରାଲ କରିବାର ଧମକି ମଧ୍ୟ ଦିଆଗଲା । ଆରୋପୀ ପାଖରୁ ଆସିଲା ପରେ ଝିଅ ଅନେକ ଦିନ ଧରି ମାନସିକ ଅବସାଦରେ ରହିଥିଲା । ଶେଷରେ ୨୯ ମଇରେ ପୀଡ଼ିତା ଜଣକ ଗୋମତିନଗର ଥାନାରେ ବିବେକ ପାଣ୍ଡେଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.