କରୋନା ଉଜାଡ଼ି ଦେଲା ପୂରା ପରିବାର: ଗୋଟିଏ ଘରୁ ଉଠିଲା ୮ କୋକେଇ, ୪ ମହିଳାଙ୍କ ମଥାରୁ ଲିଭିଗଲା ସିନ୍ଦୁର

କରୋନା ମହାମାରୀ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ତେବେ ବର୍ତ୍ତମାନ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଇଁ ଅଭିଶାପ ହୋଇ ଆସିଛି କରୋନା ଓ ସମସ୍ତଙ୍କୁ ନିଜ କବ୍ଜାକୁ ନେଇଯାଇଛି।

ରିପୋର୍ଟ ମୁତାବକ ମାସେ ଭିତରେ କରୋନାରେ ଲକ୍ଷ୍ନୌର ଏହି ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଦୁଃଖର କଥା ହେଉଛି ୫ ଜଣଙ୍କର ଦଶାହ ଗୋଟିଏ ଦିନରେ ହିଁ ପଡୁଛି। ଏହା ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଛି।

ସୂଚନାନୁସାରେ, ଶୁକ୍ରବାର ଦିନ ପରିବାରର ୫ ଜଣ ଲୋକଙ୍କ ଦଶାହ ଆୟୋଜିତ ହୋଇଥିଲା। ଏଭଳି ସ୍ଥିତି ଦେଖି ସମସ୍ତେ କାନ୍ଦି ଉଠିଥିଲେ। ପରିବାରର ୪ ମହିଳା ବିଧବା ହୋଇଥିବା ବେଳେ ଅନେକ ପିଲା ଅନାଥ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ ପରିବାରର ୭ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ବେଳେ ଜଣଙ୍କ ଦେହାନ୍ତ ହାର୍ଟଆଟାକ ଯୋଗୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.