ଭାଲୁ ଆକ୍ରମଣରେ ୭୦ ବର୍ଷୀୟା ବୃଦ୍ଧା ଗୁରୁତର ଆହତ, ମୁଣ୍ଡରେ ଲାଗିଛି ଗଭୀର କ୍ଷତ

ମୟୂରଭଞ୍ଜ(କେ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମ ଗାଡ଼ାସାହିରେ ମଙ୍ଗଳବାର ସକାଳେ ଏକ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗ୍ରାମର ୭୦ ବର୍ଷୀୟା ନନ୍ଦିନୀ ଆଙ୍ଗ ରାଇ ଆଜି ସକାଳ ପ୍ରାୟ ୭ ଟା ସମୟରେ ଘର ନିକଟ ବାଡିକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

ଭାଲୁ ଆକ୍ରମଣ କରିବାରୁ ସମ୍ପୃକ୍ତ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି । ଭାଲୁ ଆକ୍ରମଣ ସମୟରେ ବୃଦ୍ଧା ଜଣଙ୍କ ଚିତ୍କାର କରିବାରୁ ନିକଟରେ ମହୁଲ ଗଛରୁ ମଞ୍ଜି ସଂଗ୍ରହ କରୁଥିବା ଲୋକେ ପାଟି କରିବାରୁ ଭାଲୁ ସେଠାରୁ ପଳାଇ ଯାଇଥିଲା । ଭାଲୁ ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧା ଜଣଙ୍କୁ ଲୋକେ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.