ଚୀନ୍‌ ଦୁନିଆକୁ ଦେଖାଇଲା ନାଲି ଆଖି, କହିଲା ‘କରୋନା ଭାଇରସ୍‌ ତ କେବଳ ଟ୍ରେଲର, ଅସଲ ଫିଲ୍ମ ଏବେ ବାକି ଅଛି’

ବେଇଜିଂ : ଚୀନ୍‌ର ଓ୍ଵହାନ୍‌ ସହରରୁ ବାହାରି ଥିବା କରୋନା ଭାଇରସ୍‌ ସାରା ଦୁନିଆରେ ୫୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ସାଢ଼େ ୩ ଲକ୍ଷ ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।

ଚୀନ ପାଇଁ ସାରା ଦୁନିଆ ଏବେ ଦୁଃଖ ଭୋଗୁଥିବା ବେଳେ ଚୀନ୍‌ ଏଥିରେ ସାମାନ୍ୟ ନରମ ଭାବ ପ୍ରଦର୍ଶନ କରିନାହିଁ । ବରଂ ଦୁନିଆକୁ ନାଲି ଆଖି ଦେଖାଇଛି । ଓ୍ଵହାନ ସ୍ଥିତ ଲ୍ୟାବ୍‌ର ଡେପୁଟି ଡାଇରେକ୍ଟର ଶୀ ଝଙ୍ଗଲୀ କହିଛନ୍ତି ଯେ କରୋନା ଭାଇରସ୍‌ ତ ଏକ ଟ୍ରେଲର ଥିଲା, ପୁରା ଫିଲ୍ମ ଏବେ ବାକି ଅଛି ।

buhan-2

ଏପରି କହି ସେ ବୁଲେଇ ବଙ୍କେଇ ସାରା ଦୁନିଆକୁ ଡରାଇବାକୁ ଚାହିଁଛନ୍ତି । ଝଙ୍ଗଲୀ କହିଛନ୍ତି, ଚୀନ୍‌ର ଲ୍ୟାବ୍‌ରେ କରୋନା ଠାରୁ ବି ଅଧିକ ଭୟଙ୍କର ଭୁତାଣୁଙ୍କ ଉପରେ ଗବେଷଣା ଚାଲିଛି ।

କାରଣ ଆମେ ସମୟ ପୂର୍ବରୁ କେଉଁ ପ୍ରାଣୀଙ୍କ ଦେହରେ କେଉଁ ଭୁତାଣୁ ଅଛି ଓ ତାହା ମାନବ ସମାଜ ପାଇଁ କେତେ ଭୟଙ୍କର ସେ ଉପରେ ଗବେଷଣା କରୁଛୁ । ସବୁ ଦେଶର ବୈଜ୍ଞାନିକମାନେ ଏପରି ଗବେଷଣାରେ ସହଯୋଗ କରିବା କଥା । ଝଙ୍ଗଲୀ ୨୦୦୪ ମସିହାରୁ ଓ୍ଵହାନ ଲ୍ୟାବ୍‌ରେ ବାଦୁଡ଼ିଙ୍କ ଉପରେ ଗବେଷଣା ଜାରି ରଖିଛନ୍ତି । ତେଣୁ ସେଠାରେ ସେ ‘ବ୍ୟାଟ୍‌ ଓ୍ଵମେନ୍‌’ଭାବରେ ପରିଚିତ ।

buhan-1

ମାତ୍ର ତାହା ନହୋଇ ବିଜ୍ଞାନର ରାଜନୀତିକରଣ କରାଯାଉଛି । ଆମେରିକା ସବୁବେଳେ ଚୀନ୍‌ର ଦୋଷ ଦେଇ ଚୀନ୍‌କୁ ଧମକାଉଛି । ଏପରି ହେବା ଉଚିତ ନୁହେଁ । ଯଦି ଆମେ ସମୟ ଥାଉ ଥାଉ ଏସବୁ ଭାଇରସ ଉପରେ ଗବେଷଣା କରିବା ନାହିଁ ।

ତେବେ ଆଗାମୀରେ ଆହୁରି ବଡ଼ ବିପଦର ସାମ୍ନା କରିବାକୁ ପଡ଼ିବ । ତେଣୁ କରୋନାକୁ ପରାଜୟ କରିବା ପାଇଁ ସବୁ ଦେଶ ଏକାଠି ହୋଇ କାମ କରିବା ଦରକାର । ଯଦିଓ ଝଙ୍ଗଲୀ ଭାଇରସର ଗବେଷଣା ନେଇ କହିଛନ୍ତି ।

buhan

ହେଲେ ଚୀନ୍‌ ପାଖରେ ଅନେକ ଭୟଙ୍କର ଭୁତାଣୁ ଅଛି ବୋଲି ସେ ପରୋକ୍ଷରେ ସାରା ଦୁନିଆକୁ ଡ଼ରାଇବାକୁ ପଛେଇ ଯାଇ ନାହାଁନ୍ତି । ବିଶେଷକରି ଆମେରିକା ବାରମ୍ବାର ଚୀନ୍‌କୁ ଧମକାଇବା ସହ ଚୀନ୍‌ ବିରୋଧରେ ଅନ୍ୟ ସବୁ ଦେଶକୁ ଏକାଠି କରିବାକୁ ଉଦ୍ୟମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଚୀନ୍‌ ସାରା ଦୁନିଆକୁ ଅନ୍ୟ ଭୟଙ୍କର ଭୁତାଣୁର ଭୟ ଦେଖାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.