ଗଲଓ୍ଵାନ ଘାଟୀରେ ହୋଇଥିବା ସଂଘର୍ଷରେ ଚୀନ୍‌ କମାଣ୍ଡିଙ୍ଗ୍‌ ଅଫିସର ହୋଇଥିଲେ ନିହତ, ସରକାରୀ ସୂତ୍ର

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେ ଗଲ୍‌ଓ୍ଵାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ୍‌ର କମାଣ୍ଡିଙ୍ଗ୍‌ ଅଫିସର ନିହତ ହୋଇଥିଲେ । ଚୀନ୍‌ ଏହା ଉପରେ କୈାଣସି ବୟାନ ନଦେଇ ନିଜର ସ୍ଥିତିକୁ ଲୁଚାଉ ଥିଲା ବୋଲି ଜଣାପଡ଼ିଛି ।

ଚୀନ୍‌ର ସେନା ଏବେ ଏହି କଥା ମାନିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ସତ୍ୟତା ଦୁଇ ଦେଶ ମଧ୍ୟରେ ସେନାସ୍ତରୀୟ ଆଲୋଚନା ବେଳେ ଜଣାପଡ଼ିଛି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ଏହି ଆଲୋଚନା ବେଳେ ତାଙ୍କର କମାଣ୍ଡିଙ୍ଗ୍‌ ଅଫିସର ନିହତ ହୋଇଥିବା ଚୀନ ପ୍ରକାଶ କରିଛି ।

ପ୍ରକାଶଯୋଗ୍ୟ ଯେ ଗତ ସୋମବାର ଗଲଓ୍ଵାନ ଘାଟିରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ସେନା ସହିଦ ହୋଇଥିଲେ । ହେଲେ ଚୀନର କେତେ ସେନା ନିହତ ହୋଇଥିଲେ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏହି ସତ୍ୟତା ଦୁଇ ଦେଶ ମଧ୍ୟରେ ସେନାସ୍ତରୀୟ ଆଲୋଚନା ବେଳେ ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.