Below header

ରୋଗ ଭଲ ପାଇଁ ପବିତ୍ର ତେଲ ଲଗାଇବାକୁ ଯାଇ ଚର୍ଚ୍ଚରେ ଦଳାଚକଟା, ୨୦ ଜଣଙ୍କର ମୃତ୍ୟୁ

ତାଞ୍ଜାନିଆର ଏକ ଚର୍ଚ୍ଚରେ ଦଳାଚକଟା ଘଟି ୨୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ତାଞ୍ଜାନିଆର ଉତ୍ତରାଞ୍ଚଳରେ ଥିବା ମୋସି ଠାରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚର୍ଚ୍ଚର ଷ୍ଟାଡିୟମ୍‌ରେ ଶହ ଶହ ଲୋକ ଏକାଠି ହୋଇଥିଲେ । ହେଲେ ସେଠାରେ ଉପସ୍ଥିତ ଚର୍ଚ୍ଚର ଜଣେ ଧର୍ମପ୍ରଚାରକଙ୍କ ଘୋଷଣା ଯୋଗୁଁ ଅଚାନକ ସେମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଗଲା ।

TANZANIA-2

ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଧର୍ମ ପ୍ରଚାରକ ଜଣକ ତଳେ କିଛି ତେଲ ପକାଇ ଏହା ଉପରେ ଲୋକଙ୍କୁ ଚାଲିବାକୁ କହିଥିଲେ । ଏହି ପବିତ୍ର ତେଲ ଦ୍ୱାରା ରୋଗ ଭଲ ହୋଇଯିବ ବୋଲି ସେ କହିଥିଲେ । ଏହି ତେଲକୁ ପାଦରେ ଲଗାଇବା ପାଇଁ ଲୋକଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ହୋଇଥିଲା । ପରସ୍ପର ମଧ୍ୟରେ ଏତେ ଜୋରରେ ଠେଲାପେଲା ହେଲା ଯେ ଚାପି ହୋଇ ଶ୍ୱାସରୁଦ୍ଧ ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହେଲା ।
ଏହି ଘଟଣାରେ ସଂପୃକ୍ତ ଧର୍ମ ପ୍ରଚାରକଙ୍କୁ ପୋଲିସ୍‌ ଅଟକ ରଖି ମାମଲାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.