ନବମ ଶ୍ରେଣୀ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ, ସି.ପି.ଆର ବି କାମ ଦେଲାନି
ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କେମେଷ୍ଟ୍ରି କ୍ଲାସ୍ କରୁଥିବା ସମୟରେ ତାର ମୃତ୍ୟୁ ଘଟିଛି । ପାଠ ପଢ଼ୁଥିବା ସମୟରେ ପିଲାଟି ବେଞ୍ଚ ଉପରେ କଚାଡ଼ି ପଡ଼ିଥିଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କେମେଷ୍ଟ୍ରି କ୍ଲାସ୍ କରୁଥିବା ସମୟରେ ତାର ମୃତ୍ୟୁ ଘଟିଛି । ପାଠ ପଢ଼ୁଥିବା ସମୟରେ ପିଲାଟି ବେଞ୍ଚ ଉପରେ କଚାଡ଼ି ପଡ଼ିଥିଲା । ଏଭଳି ପଡ଼ିବା ଦେଖି ପାଖରେ ବସିଥିବା ଅନ୍ୟ ଛାତ୍ରମାନେ ମଧ୍ୟ କିଛି ବୁଝି ପାରି ନଥିଲେ । ଶିକ୍ଷକ କିଛି ବୁଝି ନପାରି ସାଙ୍ଗେ ସାଙ୍ଗେ ପିଲାଟିକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଜଣାପଡିଥିଲା ଯେ ପିଲାଟିର ହୃଦଘାତ ହୋଇଛି । ବାଳକକୁ ବଞ୍ଚାଇବା ପାଇଁ ସି.ପି.ଆର ଦିଆଯାଇଥିଲା କିନ୍ତୁ ଛାତ୍ର ଜଣଙ୍କ ବଞ୍ଚି ପାରି ନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଆଲିଗଞ୍ଜରେ ଅବସ୍ଥିତ ସିଟି ମୋଣ୍ଟେସୋରି ସ୍କୁଲରେ ଘଟିଥିବା ଜଣା ପଡ଼ିଛି ଏବଂ ମୃତ ଛାତ୍ରଙ୍କ ନାମ ଆତିଫ୍ ସିଦ୍ଦିକି ବୋଲି ସୂଚନା ମିଳିଛି ।
ଶିକ୍ଷକ ନାଦିମ ଖାନ କହିଛନ୍ତି ଯେ କ୍ଲାସରେ କେମେଷ୍ଟ୍ରି ପଢ଼ା ଯାଉଥିଲା, ଏହି ସମୟରେ ହଠାତ୍ ଆତିଫ୍ ବେହୋସ ହୋଇ ବେଞ୍ଚରେ ପଡ଼ି ଯାଇଥିଲା । ଏଭଳି ଦେଖିବା ପରେ ଶିକ୍ଷକ ଅତିଫ୍ ପାଖକୁ ଯାଇ ହାର୍ଟରେ ପମ୍ପ କରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ତାଙ୍କୁ ନିକଟସ୍ଥ ନର୍ସିଂହୋମକୁ ନିଆଗଲା । ଅବସ୍ଥା ଗମ୍ଭୀର ହୋଇଥିବାରୁ ପିଲାଟିକୁ KGMU ହସ୍ପିଟାଲକୁ ରେଫର କରାଯାଇଥିଲା । କିନ୍ତୁ ସେଠାକୁ ନିଆଯିବା ପରେ ଡାକ୍ତରମାନେ ହୃଦଘାତ ଯୋଗୁଁ ପିଲାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ । ମୃତ ଛାତ୍ରର ପରିବାର ତରଫରୁ କୁହାଯାଇଛି ଯେ ସ୍କୁଲରୁ ସୂଚନା ପାଇବା ପରେ ସେମାନେ KGMU ମେଡିକାଲ ସେଣ୍ଟରରେ ପହଞ୍ଚିଥିଲେ କିନ୍ତୁ ସେେତେବେଳକୁ ତାଙ୍କ ପୁଅ ବଞ୍ଚି ନଥିଲା। ବିଶେଷ କଥା ହେଉଛି ଡାକ୍ତରଖାନାରେ ସି.ପି.ଆର ଦ୍ୱାରା ପିଲାଟିକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଏହି ଟେକନିକ୍ ମଧ୍ୟ କାମ କରିନଥିଲା ।
ପିଲାମାନଙ୍କଠାରେ କାହିଁକି ହୋଇଥାଏ ହୃଦଘାତ:
ଯେଉଁ ପିଲାମାନଙ୍କର ଜେନେଟିକ୍ ରୋଗ ଥାଏ କିମ୍ବା କାୱାସାକି ରୋଗରେ ପିଡିତ ଥାନ୍ତି ଏବଂ କୋଲେଷ୍ଟ୍ରଲର ମାତ୍ରା ଅଧିକ ଥାଏ, ସେମାନଙ୍କ କରୋନରୀ ଆର୍ଟରୀରେ ବ୍ଲକେଜ୍ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ । ଏହି କାରଣରୁ, ହାର୍ଟ ଆଟାକ ସମସ୍ୟା ସାମ୍ନାକୁ ଆସୁଛି । ALCAPA ମଧ୍ୟ ଏକ ପ୍ରମୁଖ କାରଣ । ପିଲାମାନଙ୍କ ହୃଦଘାତର ଏହା ଏକ ପ୍ରମୁଖ କାରଣ । ଏଥିରେ ହାର୍ଟକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମିଳିନଥାଏ । ଯଦି ଆପଣ ପିଲାଙ୍କ ଫିିଜିକାଲ ଏକ୍ସରସାଇଜ ପରେ ଛାତି ଯନ୍ତ୍ରଣା କିମ୍ବା ବାନ୍ତି ହେବାର ଲକ୍ଷ୍ୟ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହି ସବୁ ଲକ୍ଷଣ ହାର୍ଟ ଆଟାକକୁ ସୂଚାଇଥାଏ ।