ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, କାନାଡା ପାଇଁ ଭିସା ସେବା ସ୍ଥଗିତ; ଦେଶକୁ ଆସି ପାରିବେ ନାହିଁ କାନାଡାର ନାଗରିକ

ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢ଼ିଯାଇଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ଭାରତ, କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରିଦେଇଛି।

ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢ଼ିଯାଇଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ଭାରତ, କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରିଦେଇଛି। ଭାରତ ତରଫରୁ ଏହା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ପଦକ୍ଷେପ।

କାନାଡା ପ୍ରଧାନମନ୍ତ୍ରୀ ଖଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା।

ରିପୋର୍ଟ ମୁତାବକ, ଭିସା ସେବାକୁ ସ୍ଥଗିତ ରଖିବା ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। କିନ୍ତୁ କାନାଡାରେ ଭିସା ଆବେଦନ କେନ୍ଦ୍ର ଚଳାଉଥିବା ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ ଏ ସମ୍ବନ୍ଧରେ ନିଜର କାନାଡୀୟ ୱେବସାଇଟରେ ଏକ ମେସେଜ୍‌ ପୋଷ୍ଟ କରିଛି। ମେସେଜ୍‌ରେ ଲେଖାଯାଇଛି, ‘ଭାରତୀୟ ମିଶନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା: ପରିଚାଳନାଗତ କାରଣରୁ ଗୁରୁବାର (୨୦୨୩ ସେପ୍ଟେମ୍ବର ୨୧)ଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ସ୍ଥଗିତ ରଖାଯାଇଛି’।

କାନାଡାରୁ ଭାରତ ଆସୁଥିବା କାନାଡୀୟ ନାଗରିକମାନଙ୍କ ପାଇଁ ଭିସା ସେବା ନିଲମ୍ବିତ କରାଯାଇଛି। ଆଜିଠାରୁ କାନାଡାରୁ କେହି ନାଗରିକ ଭାରତ ଆସିପାରିବେ ନାହିଁ।

କହି ରଖୁଛୁ, କାନାଡାରେ ବଢ଼ି ଚାଲିଥିବା ଭାରତ ବିରୋଧୀ ଗତିବିଧି, ରାଜନୈତିକ ଅପରାଧ ଓ ହିଂସାକୁ ଦୃଷ୍ଟିରେ ରଖି କାନାଡାରେ ରହୁଥିବା ନିଜ ନାଗରିକମାନଙ୍କୁ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ଭାରତ ଅନୁରୋଧ କରିଥିଲା। ଏହାପୂର୍ବରୁ କାନାଡା ସରକାର ଏହିଭଳି ସତର୍କତା ଜାରି କରି ଭାରତରେ ରହୁଥିବା ନିଜ ନାଗରିକମାନଙ୍କୁ ସାବଧାନ ରହିବାକୁ ଅନୁରୋଧ କରିଥିଲେ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାରେ କାନାଡା ପ୍ରଥମେ ଭାରତକୁ ଦୋଷାରୋପ କରିଥିଲା। ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ କାନାଡା ସରକାର। ଏହାପରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ଡିପ୍ଲୋମାଟ୍‌ଙ୍କୁ ୫ ଦିନ ମଧ୍ୟରେ କାନାଡା ଫେରିଯିବାକୁ ଆଦେଶ ଦେଇଥିଲା।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ସଂସଦ ‘ହାଉସ ଅଫ୍ କମନ୍ସ’ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା କହିଥିଲେ।

Leave A Reply

Your email address will not be published.