ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ସ୍କୁଲରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲଜ ଦାସିନି ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ । ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର , ଚେୟାର,ଟେବୁଲ ଓ ଅନ୍ୟାନ୍ୟ ଜିନିଷ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

କୋରାପୁଟ (କେନ୍ୟୁଜ): ସ୍କୁଲରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲଜ ଦାସିନି ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ । ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର , ଚେୟାର,ଟେବୁଲ ଓ ଅନ୍ୟାନ୍ୟ ଜିନିଷ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ସ୍କୁଲ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗତ କିଛି ଦିନ ଧରି କୋରାପୁଟରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଛାତ କଣା ହୋଇ ପାଣି ଗଳୁଛି। ଫଳରେ ବିଦ୍ୟୁତ୍ ତାର ଗୁଡିକରେ ପାଣି ପଶି ସର୍ଟସର୍କିଟ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇପାରିଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକା ଯାଇପାରିଛି।

Leave A Reply

Your email address will not be published.