ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ସହିତ ଅଘଟଣ: ଫାଟିଲା କପାଳ, ସୁସ୍ଥ କମନା କଲେ ପ୍ରଧାନମନ୍ତ୍ରୀ

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଆହତ ହୋଇଛନ୍ତି । ଟିଏମସି ନିଜର X ହ୍ୟାଣ୍ଟେଲରେ ଏହାର ସୂଚନା ଦେଇଛି । ଏହାସହିତ ଏକ ଫଟୋ ସେୟାର କରିଛି, ଯେଉଁଥିରେ ତାଙ୍କ କପାଳରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ତାଙ୍କୁ sskm ରେ ଭର୍ତ୍ତି କରାଯାଇଛି । ତାଙ୍କ କପାଳରେ ଷ୍ଟିଚ୍‌ ପଡିଛି ।

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଆହତ ହୋଇଛନ୍ତି । ଟିଏମସି ନିଜର X ହ୍ୟାଣ୍ଟେଲରେ ଏହାର ସୂଚନା ଦେଇଛି । ଟିମସି କହିଛି କି, ଆମ ଚେୟାରପର୍ସନ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଏହାସହିତ ଏକ ଫଟୋ ସେୟାର କରିଛି, ଯେଉଁଥିରେ ତାଙ୍କ କପାଳରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ତାଙ୍କୁ sskm ରେ ଭର୍ତ୍ତି କରାଯାଇଛି । ଚିକିତ୍ସାରେ ତାଙ୍କ କପାଳରେ ଷ୍ଟିଚ୍‌ ପଡିଛି ।

ମମତା ଆହତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୁସ୍ଥ କାମନା କରିଛନ୍ତି । ମୋଦି ଟ୍ଵିଟ କରି ଆରୋଗ୍ୟ କାମନା କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ସୁସ୍ଥ ହେବା କାମନା କରିଛନ୍ତି ।

ଖବର ମୁତାବକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପଛରୁ ଧକ୍କା ଦିଆଯାଇଛି ବୋଲି ଜଣେ ଡାକ୍ତର ପ୍ରଘଟ କରିବା ପରେ ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ଏସଏସକେଏମ ହସ୍ପିଟାଲ ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ କହିଥିଲେ ଯେ, ମମତା ବାନାର୍ଜୀଙ୍କୁ ପଛପଟୁ ଜୋରରେ ଠେଲି ଦିଆଯାଇଥିଲା । ଯେଉଁଥିପାଇଁ ସେ ତଳେ ପଡ଼ିଯାଇଥିଲେ । କୋଲକାତା ପୋଲିସ କମିଶନର ବିନୀତ ଗୋଏଲ ସୁରକ୍ଷାରେ ତ୍ରୁଟି ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମମତାଙ୍କ କପାଳରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି କୋଲକାତା ପୋଲିସ । ତେବେ ମମତାଙ୍କୁ ପଛରୁ ଧକ୍କା ଦେବା ଅଭିଯୋଗକୁ ତୃଣମୂଳ କଂଗ୍ରେସ ଦୃଢ଼ ଖଣ୍ଡନ କରିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛି ପଶ୍ଚିମବଙ୍ଗ ବିଜେପି । ମମତାଙ୍କ ଆହତ ବେଳର ଫଟୋ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଟିଏମସି । ତାଙ୍କ ମୁଣ୍ଡରେ ଅଧିକ ରକ୍ତଶ୍ରାବ ହେବାରୁ ଷ୍ଟିଚ ପଡ଼ିଛି । ମମତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତାଙ୍କର ପୁଣି ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଗୋଡ଼ରେ ଆଘାତ ଯୋଗୁ ଦିଦି ହ୍ବିଲ ଚେୟାରରେ ବସି ପ୍ରଚାର କରୁଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.