Below header

କଏଦୀ ଫେରାର ଘଟଣାରେ ନୂଆ ମୋଡ଼ ,ଜେଲ୍ ସମ୍ମୁଖ ମନ୍ଦିରରେ ଭୋଜିଭାତ ପରଷୁ ଥିବାର ଆସିଲା ଫଟୋ

ଟିଟିଲାଗଡ଼ ସବଜେଲରୁ କଏଦୀ ଫେରାର ଘଟଣାରେ ନୂଆ ମୋଡ଼ । ଜେଲ ସମ୍ମୁଖରେ ଥିବା ହନୁମାନ ମନ୍ଦିର ପରିସରରେ ଜେଲ କର୍ମଚାରୀଙ୍କ ପରିବାରର ଭୋଜିଭାତ ହୋଇଥିଲା । ଦୁଇ ବିଚରାଧୀନ ଦୁଇ କଏଦୀ ଶୁଭମନ ରଣା ଓ ସୁମିତ ବିହାରୀ ଖାଦ୍ୟ ପରଷୁ ଥିବାର ଏକ ଫୋଟୋ ହସ୍ତଗତ ହୋଇଛି ।

ଟିଟିଲାଗଡ଼ (କେନ୍ୟୁଜ): ଟିଟିଲାଗଡ଼ ସବଜେଲରୁ କଏଦୀ ଫେରାର ଘଟଣାରେ ନୂଆ ମୋଡ଼ । ଜେଲ ସମ୍ମୁଖରେ ଥିବା ହନୁମାନ ମନ୍ଦିର ପରିସରରେ ଜେଲ କର୍ମଚାରୀଙ୍କ ପରିବାରର ଭୋଜିଭାତ ହୋଇଥିଲା । ଏଥିରେ ଜେଲରୁ ଚମ୍ପଟ ମାରିଥିବା ଦୁଇ ବିଚରାଧୀନ ଦୁଇ କଏଦୀ ଶୁଭମନ ରଣା ଓ ସୁମିତ ବିହାରୀ ଖାଦ୍ୟ ପରଷୁ ଥିବାର ଏକ ଫୋଟୋ ହସ୍ତଗତ ହୋଇଛି ।

୭ ଦିନ ପୂର୍ବରୁ ଦୁଇ ବିଚାରାଧୀନ କଏଦୀ ଜେଲରୁ ଫେରାର ହୋଇ ଯାଇଥିଲେ । ଫୋଟୋରେ ଡିଉଟି ୟୁନିଫର୍ମରେ ସବ ଜେଲର ଚୈତନ୍ୟ ପଧାନ ଓ ଜେଲର ଚିତ୍ତ ରଞ୍ଜନ ସାହୁ ଏବଂ ଅନ୍ୟ କର୍ମଚାରୀ ଓ ପରିବାର ହନୁମାନ ମନ୍ଦିର ପରିସରରେ ଭୋଜି କରୁଥିବା ଦେଖା ଯାଇଛି । ନିୟମ ଖିଲାପ କରି ଦୁଇ ଜଣ ବିଚାରଧୀନଙ୍କୁ କେମିତି କାମରେ ଲଗାଉଥିଲେ ଜେଲ କର୍ମଚାରୀ । ପାଞ୍ଚ ଦିନ ପୂର୍ବରୁ ପଶ୍ଚିମାଞ୍ଚଳ ଡିଆଇଜି କୁଳମଣି ବେହେରା ଟିଟିଲାଗଡ଼ ଜେଲରେ ତଦନ୍ତ କରି ଦୁଇ ଜଣ ୱାର୍ଡେନ ଦାନୀ ଦୋରା ଓ ସଂଗୀତା ଗିରିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.