ଆଜିଠାରୁ ଲାଗୁ ହୋଇଯିବ ଆଦର୍ଶ ଆଚରଣ ବିଧି, ନିୟମ ସମ୍ପର୍କରେ ଜାଣି ରଖନ୍ତୁ ନହେଲେ ସମସ୍ୟାରେ ପଡ଼ିବେ

ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଯିବ ନିର୍ବାଚନ ଆଚରଣ ବିଧି । ଯାହା ନିର୍ବାଚନ ଫଳାଫଳ ଆସିବ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଯେଉଁ ନିୟମ ଲାଗୁ ହେବ ତାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ । ଏମିତିକି ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।

ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଯିବ ନିର୍ବାଚନ ଆଚରଣ ବିଧି । ଯାହା ନିର୍ବାଚନ ଫଳାଫଳ ଆସିବ ପର୍ଯ୍ୟନ୍ତ ବଳବତ୍ତର ରହିବ । ବିଶେଷ ଭାବେ ପ୍ରତ୍ୟେକ ରାଜନୈତିକ ଦଳକୁ ଏ ନେଇ ସତର୍କ ଓ ସଚେତନ ରହିବାକୁ ପଡ଼ିଥାଏ । କାରଣ ଏହି ସମୟରେ ଯେଉଁ ନିୟମ ଲାଗୁ ହେବ ତାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ । ଏମିତିକି ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ ।

ଏହି ସବୁ ନିୟମ ସମ୍ପର୍କରେ ଜାଣି ରଖନ୍ତୁ

ଆଦର୍ଶ ଆଚରଣ ବିଧି ଲାଗୁ ହେଲେ କୌଣସି ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କର ବଦଳି କିମ୍ବା ନିଯୁକ୍ତି ହୋଇ ପାରିବ ନାହିଁ । ଏସବୁ ଅତି ଜରୁରୀ ଥିଲେ ସରକାର ନିର୍ବାଚନ କମିଶନଙ୍କ ଅନୁମତି ନେବା ପରେ ହିଁ କିଛି କରି ପାରିବେ । ଆବଶ୍ୟକତା ଅନୁସାରେ ରାଜ୍ୟ ମୁଖ୍ୟ ନିର୍ବଚନ କମିଶନ୍ ବଦଳି କରି ପାରିବେ ।

ଯଦି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ରାଲି ବାହାର କରିବାକୁ ଚାହିଁବେ ଅଥବା ଜନସଭା କରିବେ ତେବେ ତା ପୂର୍ବରୁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ବିଷୟରେ ଜଣାଇବେ ।

କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଭୋଟରମାନଙ୍କୁ ପ୍ରଲୋଭିତ କଲା ଭଳି କାମ କରିବେ ନାହିଁ । ଧମକ ଚମକ ଓ ଭୟଭୀତ କରି ପାରିବେ ନାହିଁ । ଏହାର ଖିଲାପ କଲେ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ନକେଚ ହୋଇ ଯାଇପାରେ । ତାଙ୍କ ନାଁରେ ମାମଲା ସହ ଜେଲ୍ ପଠାଇ ଦିଆଯାଇ ପାରେ ।

ଏହି ସମୟରେ ମନ୍ତ୍ରୀକିମ୍ବା ପ୍ରଶାସନିକ ଅଧିକାରୀ ମାନେ କୌଣସି ଘୋଷଣା କରି ପାରିବେ ନାହିଁ କିମ୍ବା ଆର୍ଥିକ ଅନୁଦାନ ସମ୍ପର୍କରେ ଘୋଷଣା କରି ପାରିବେ ନାହିଁ । କୌଣସି ଶୀଳାନ୍ୟାସ କିମ୍ବା ଉଦଘାଟନ ହୋଇ ପାରିବ ନାହିଁ ।

ସେହିପରି ଶାସକ ଦଳ ମଧ୍ୟ ଭୋଟରଙ୍କୁ ସୁହାଇଲା ଭଳି କୌଣସି କାର୍ଯ୍ୟ କରି ପାରିବେ ନାହିଁ । ସରକାରୀ ଡାକବଙ୍ଗଳା, ରେଷ୍ଟ ହାଉସ୍ ଆଦିକୁ ମନ୍ତ୍ରୀମାନେ ନିର୍ବାଚନୀ କାର୍ଯ୍ୟରେ ବ୍ୟବହାର କରି ପାରିବେ ନାହିଁ ।

ନିର୍ବାଚନ କାର୍ଯ୍ୟରେ ସରକାରୀ ଯାନବାହନର ମଧ୍ୟ ବ୍ୟବହାର କରି ପାରିବେ ନାହିଁ । ଧାର୍ମିକ ସ୍ଥଳଗୁଡ଼ିକୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ।

ଭୋଟ୍ ଗ୍ରହଣ ଦିନର ୨୪ ଘଣ୍ଟା ପୂର୍ବରୁ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ।

କୌଣସି ପ୍ରାର୍ଥୀ କିମ୍ବା ଦଳ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇ ପାରିବ ନାହିଁ । ଧର୍ମ ଓ ଜାତିକୁ ଆଧାର କରି ପ୍ରାର୍ଥୀ ଭୋଟ୍ ମାଗି ପାରିବେ ନାହିଁ ।

ଭୋଟ୍ ଗ୍ରହଣ ଦିନ ଭୋଟ୍ କେନ୍ଦ୍ରର ଶହେ ମିଟର ଭିତରେ ନିର୍ବାଚନ ପ୍ରଚାର କିମ୍ବା ଭୋଟରଙ୍କୁ ଆକୃଷ୍ଟ କଲା ଭଳି କାର୍ଯ୍ୟ କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.