SEBI ରେ ଚାକିରି ପାଇବାର ସୁଯୋଗ, ଦରମା ମାସକୁ ୮୯,୦୦୦ ଟଙ୍କା

SEBI ରେ ଗ୍ରେଡ ଏ ଆସିଷ୍ଟାଣ୍ଟ ମ୍ୟାନେଜର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ପଦବୀ ସମ୍ବନ୍ଧୀୟ ଯୋଗ୍ୟତା ରଖିଥିବା ଜରୁରୀ । ଆବେଦନ କରିବା ପାଇଁ ଅଫିସିଆଲ ସାଇଟ sebi.gov.in କୁ ଯାଇ ଆବେଦନ କରିପାରିବେ ।

SEBI ରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । SEBI ରେ ଗ୍ରେଡ ଏ ଆସିଷ୍ଟାଣ୍ଟ ମ୍ୟାନେଜର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ପଦବୀ ସମ୍ବନ୍ଧୀୟ ଯୋଗ୍ୟତା ରଖିଥିବା ଜରୁରୀ । ଆବେଦନ କରିବା ପାଇଁ ଅଫିସିଆଲ ସାଇଟ sebi.gov.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୯୭

ଜରୁରୀ ତାରିଖ : ଏହି ପଦବୀରେ ଭର୍ତ୍ତି ପାଇଁ ଶେଷ ତାରିଖ ୧୩ ଏପ୍ରିଲ ୨୦୨୪ ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୩ଟି ପର୍ଯ୍ୟାୟରେ ହେବ । ପ୍ରଥମେ ଅନଲାଇନ ପରୀକ୍ଷାରେ ଦୁଇଟି ପେପର ରହିବ । ଏହି ପରୀକ୍ଷା ପାସ୍‌ କରିବା ପରେ ଦ୍ୱିତୀୟ ପରୀକ୍ଷା ଦେବାକୁ ହେବ । ସେହିପରି ଦୁଇଟି ପରୀକ୍ଷାରେ ପାସ୍‌ କରିବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସଂରକ୍ଷିତ/ଓବିସି/EWS ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.