କଲମ୍ବିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ

ଆକାଶରେ ନିଆଁ ପିଣ୍ଡୁଳା ପାଲଟିଗଲା ବିମାନ । କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବିମାନର ପାଇଲଟ ଓ କୋ-ପାଇଲଟ ରହିଛନ୍ତି । କଲମ୍ବିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡଗଲ ଡିସି-୩ ବିମାନ ଦେଶର ମଧ୍ୟ ପୂର୍ବ ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ଇଞ୍ଜିନ୍ ଫେଲ ହେବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କଲୋମ୍ବିଆ ରାଷ୍ଟ୍ରପତି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.