ଲଞ୍ଚ ହେଲା ସ୍ମାଟଫୋନ ଦ୍ବାରା କଣ୍ଟ୍ରୋଲ ହେଉଥିବା ସିଲିଙ୍ଗ ଫ୍ୟାନ୍ , ମୂଲ୍ୟ ଜାଣି ଉଡିଯିବ ହୋସ

ନୂଆଦିଲ୍ଲୀ : ଲାବା ଇଣ୍ଟରନ୍ୟାସନାଲ ସବବ୍ରାଣ୍ଡ ottomate ଇଣ୍ଟରନ୍ୟାସନାଲ ଭାରତରେ ନିଜର ସ୍ମାର୍ଟ ସିଲିଙ୍ଗ ଫ୍ୟାନ୍ ଲଞ୍ଚ କରିଛି। ଏଥିରେ ବ୍ଳୁଟୁଥ ସପୋର୍ଟ ମଧ୍ୟ ଦିଆଯାଇଛି। ଏହାଛଡ଼ା ଏହି ଫ୍ୟାନକୁ ଆପଣ ମୋବାଇଲ ଆପ ଦ୍ବାରା ମଧ୍ୟ ଅନ୍ –ଅଫ୍ କରିପାରିବେ। କମ୍ପାନି ଏହାକୁ ୧୬ ମାସ ଟେଷ୍ଟ କରିବା ପରେ ବଜାରରେ ଲଞ୍ଚ କରିଛି।
ତେବେ ଏହି ପଙ୍ଖାରେ ସାଧାରଣ ଫ୍ୟାନ ଭଳି ୫ଟି ସ୍ପିଡ ଲେବଲ ରଖାଯାଇଛି। ଏଥିରେ ଦିଆଯାଇଥିବା ସ୍ଲାଇଡର ଫିଚର ଜରିଆରେ ଆପଣ ଫ୍ୟାନର ସ୍ପିଡ ବଢ଼ାଇ ଏବଂ କମାଇ ପାରିବେ।

smart-ceiling-fan

ସବୁଠାରୁ ଖାସ କଥା ହେଉଛି ଏହି ଫ୍ୟାନକୁ ୨୦୦ଟି ବ୍ଳୁଟୁଥ ଡିଭାଇସ ସହ ଏକାସମୟରେ କନେକ୍ଟ କରାଯାଇପାରିବ। ଏହି ସ୍ମାର୍ଟ ସିଲିଙ୍ଗ ଫ୍ୟାନର ମୂଲ୍ୟ ମାତ୍ର ୩,୯୯୯ ଟଙ୍କା ରହିଛି। ଏଥିସହିତ ଫ୍ୟାନରେ ୧୪୯ଟଙ୍କାର ରିମୋଟ ମଧ୍ୟ ମିଳିବ।

ପଙ୍ଖାରେ ଦେଇଥିବା ଟର୍ବୋ ଫିଚର ଦ୍ବାରା ଆପଣ ଆପ୍ ଜରିଆରେ ଏହାର ସ୍ପିଡକୁ ୧୦ ପ୍ରତିଶତ ପର‌୍ୟ୍ୟନ୍ତ ବଢ଼ାଇପାରିବେ।

ନିଶ୍ଚିତ ପଢ଼ନ୍ତୁ:ଗୁଗୁଲ ଲଞ୍ଚ କଲା ‘BOLO’ ଆପ୍ , ଭାରତୀୟ ପିଲାଙ୍କୁ ହିନ୍ଦୀ ଏବଂ ଇଂରାଜୀ କାହାଣୀ ପଢ଼ିବାରେ କରିବ ସାହାଯ୍ୟ

ଏହି ସ୍ମାର୍ଟ ସିଲିଙ୍ଗ ଫ୍ୟାନରେ ଅଟୋ ମୋଡ ଅପସନ ରହିଛି। ଯାହା ସେନ୍ସର ଦ୍ବାରା କୋଠରୀର ତାପାମାତ୍ରା ହିସାବରେ ଫ୍ୟାନର ସ୍ପିଡକୁ ନିୟନ୍ତ୍ରିତ କରିଥାଏ।

କମ୍ପାନିର କହିବାନୁଯାୟୀ, ଫ୍ୟାନରେ ଗୁଗୁଲ ଆସିଷ୍ଟାଷ୍ଟର ସପୋର୍ଟ ଦେବାପାଇଁ କଥାବାର୍ତ୍ତା ଚାଲିଛି। ଯାହାପରେ ପଙ୍ଖାକୁ କଥାରେ ମଧ୍ୟ ନିୟନ୍ତ୍ରିତ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.