ହ୍ଵାଟସ୍ ଆପକୁ ସରକାରଙ୍କ ଚେତାବନୀ ..

whatsappନୂଆଦିଲ୍ଳୀ : ହ୍ଵାଟସ୍ ଆପରେ ଘୂରିବୁଲୁଥିବା ଗୁଜବରୁ ହିଂସାକାଣ୍ଡ ବଢୁଥିବାରୁ ହ୍ଵାଟସ ଆପକୁ ଚେତାବନୀ ଦେଇଛନ୍ତି ସରକାର । ଗତ କିଛି ଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟସ ଆପ ଜରିଆରେ ପିଲାଚୋରୀ ଗୁଜବ ବ୍ୟାପିବାରେ ଲାଗିଛି । ଲୋକେ ଏହାକୁ ସତ ବୋଲି ଭାବୁଛନ୍ତି । ଫଳରେ ପିଲାଚୋର ସନ୍ଦେହରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ଚାଲିଛି। ଏହି ଗୁଜବ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ଜୀବନ ନେଇ ସାରିଲାଣି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହ୍ଵାଟସ ଆପକୁ ଚେତାବନୀ ଦେଇଛନ୍ତି । ଭ୍ରମ ସୃଷ୍ଟି କରୁଥିବା ଖବର ଉପରେ ନିୟନ୍ତ୍ରଣ ଲଗାଇବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହ୍ଵାଟସ୍ ଆପ୍ ଦ୍ୱାରା ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ଦିଆନିଆ ବନ୍ଦ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ ମେସେଜିଂ ଆପକୁ ନିର୍ଦ୍ଦେଶ ଦିଆଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ପକ୍ଷରୁ ଏ ନେଇ ଏକ ବିବୃତ୍ତିରେ କୁହାଯାଇଛି ଯେ, ହ୍ଵାଟସ ଆପ୍ ଦ୍ୱାରା ଏଭଳି ଦାୟିତ୍ୱହୀନ ବାର୍ତ୍ତା ପ୍ରସାରଣ ଆଦୌ ଗ୍ରହଣୀୟ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.