ଜଳିଗଲା ବସ, ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ

ବସରେ ନିଆଁ ଲାଗି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଯାଇଛି | ସେ ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ | ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଅଘଟଣ |

ବେଙ୍ଗାଲୁରୁ : ବସରେ ନିଆଁ ଲାଗି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଯାଇଛି | ସେ ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ | ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଅଘଟଣ | ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିଲା | ଏଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା | ଫଳରେ ଭିତରେ ଶୋଇଥିବା ୪୫ବର୍ଷିୟ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି | ମୃତକ ହେଲେ ମୁଥାୟା ସ୍ବାମୀ |

ପୋଲିସ ସୂଚନା ଅନୁଯାୟୀ, ସୁମନାହାଲୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବିଏମଟିସି ବସ୍‌ରେ ନିଆଁ ଲାଗିଯାଇଥିଲା | ବସ୍ ଡ୍ରାଇଭର ପ୍ରକାଶ ଭୋର ପ୍ରାୟ ୪ଟାରେ ନିଆଁ ଲାଗିଥିବା ଦେଖିଥିଲେ | ପ୍ରକାଶ ବସଷ୍ଟାଣ୍ଡରେ ଥିବା ଏକ ବିଶ୍ରାମ କକ୍ଷରେ ଶୋଇବାକୁ ଚାଲି ଯାଇଥିବା ବେଳେ କଣ୍ଡକ୍ଟର ମୁଥାୟା ବସରେ ଶୋଇଥିଲେ | ଏହି ଶୋଇବା ତାଙ୍କ ପାଇଁ ଚିର ନିଦ୍ରା ହୋଇଯାଇଥିଲା | ନିଆଁ କେମିତି ଲାଗିଲା, ତା’ର କାରଣ ଜଣାପଡିନାହିଁ | ତଦନ୍ତ ଜାରି ରହିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.