ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

ବାତ୍ୟାଠୁ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେନ୍ୟୁଜ(ବ୍ୟୁରୋ):  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ । ଏଥିପାଇଁ ଖୁବ୍ ପ୍ରଶଂସା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟାଠୁ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲଗାତାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର 2023 ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀରେ କେନ୍ଦ୍ର ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ osdma କୁ ଏହି ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ ।ପୁରସ୍କାର ବାବଦରେ 51 ଲକ୍ଷ ଟଙ୍କା ର ଆର୍ଥିକ ଅର୍ଥ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.