ମଧ୍ୟ ପ୍ରଦେଶ: ପଦାରେ ପଡ଼ିଲା ଶାସକ କଂଗ୍ରେସର ଭିତିରି କନ୍ଦଳ, ସମୀକ୍ଷା ବୈଠକ ମଝିରୁ ଉଠି ପଳାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ମଧ୍ୟ ପ୍ରଦେଶରେ ଶାସକ କଂଗ୍ରେସରେ ଭିତିରି କନ୍ଦଳ ପୁଣିଥରେ ପଦାରେ ପଡ଼ିଛି। ନିକଟରେ ଏଆଇସିସି ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ଯଦି ମଧ୍ୟ ପ୍ରଦେଶ ସରକାର ଘୋଷଣା ପତ୍ର ପୂରା ନ କରନ୍ତି, ତେବେ ସେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବେ। ସିନ୍ଧିଆଙ୍କ ଏହି ବୟାନ ପରେ ଅନୁମାନ ଲଗାଯାଉଥିଲା କି ତାଙ୍କର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଶନିବାର ରାଜ୍ୟ କଂଗ୍ରେସର ସମୀକ୍ଷା ବୈଠକରୁ ସିନ୍ଧିଆ ହଠାତ୍‌ ପ୍ରସ୍ଥାନ ନେବା ସନ୍ଦେହକୁ ଆହୁରି ଦୁଇଗୁଣିତ କରିଦେଇଛି।

j1

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ସିନ୍ଧିଆ ବୈଠକରୁ ଶୀଘ୍ର ବାହାରିବା ପରେ କଂଗ୍ରେସ ଏହି ମାମଲାରେ ସଫେଇ ଦେଇଛି। ଦଳ ତରଫରୁ ସ୍ପଷ୍ଟ କରାଯାଇଛି ଯେ ସିନ୍ଧିଆ ପୂର୍ବରୁ ହିଁ ବୈଠକ ଜଲ୍‌ଦି ଛାଡ଼ିବେ ବୋଲି ସୂଚନା ଦେଇଥିଲେ। ରାଜ୍ୟରେ ସବୁକିଛି ଠିକ୍‌ ଚାଲିଛି। ଶନିବାର ସକାଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହରେ ମଧ୍ୟ ପ୍ରଦେଶ ସରକାର ଏବଂ ପ୍ରଦେଶ କଂଗ୍ରେସ ସଙ୍ଗଠନ ମଧ୍ୟରେ ସମନ୍ଵୟ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥଙ୍କ ବ୍ୟତୀତ ପ୍ରଭାରୀ ଦୀପକ ବାବରିୟା, ଦିଗ୍‌ବିଜୟ ସିଂ, ମନ୍ତ୍ରୀ ଜିତୁ ପଟଓ୍ଵାରୀ, ମୀନାକ୍ଷୀ ନଟରାଜନ ପ୍ରମୁଖ ସାମିଲ ହୋଇଥିଲେ।

as

 

ବିଗତ ୮ ମାସ ହେବ ମୁଖ୍ୟମନ୍ତ୍ରୀ ଓ ସିନ୍ଧିଆଙ୍କ ମଧ୍ୟରେ ମତଭେଦ ଚାଲିଛି। କଂଗ୍ରେସ ସରକାରଙ୍କୁ ସିନ୍ଧିଆ ସମାଲୋଚନା କରିବାକୁ ନେଇ ଏହି ମତଭେଦ ଦେଖାଦେଇଛି। ସିନ୍ଧିଆ ଫସଲ କ୍ଷତି ସର୍ବେକ୍ଷଣ, କୃଷି ଋଣ ଛାଡ ଏବଂ ଚୁକ୍ତିଭୁକ୍ତ ସ୍କୁଲ ଶିକ୍ଷକଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ଦାବି କରିଥିଲେ। ଗୁରୁବାର ଅସ୍ଥାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ‘ମୁଁ ଆପଣଙ୍କ ଦାବି ନିର୍ବାଚନ ପୂର୍ବରୁ ଶୁଣିଥିଲି। ମୁଁ ଆପଣମାନଙ୍କ ପାଇଁ ସ୍ୱର ଉଠାଇଥିଲି ଏବଂ ଏହି ବିଶ୍ୱାସ ଆପଣଙ୍କୁ ଦେଉଛି ଯେ ଆପଣଙ୍କ ଦାବି, ଯାହା ଘୋଷଣା ପତ୍ରରେ ଦର୍ଶାଯାଇଛି, ସେହି ଘୋଷଣା ପତ୍ର ଆମ ପାଇଁ ଆମ ଗ୍ରନ୍ଥ ଅଟେ’।

sd

ସେ ଆହୁରି କହିଥିଲେ ଯେ ‘ଯଦି ସେହି ଘୋଷଣା ପତ୍ରର ଗୋଟିଏ ଗୋଟିଏ ଅଂଶ ପୂରା ନ ହୁଏ, ତା’ହେଲେ ଆପଣ ରାସ୍ତାକୁ ଏକା ଓହ୍ଲାଇବେ ନାହିଁ। ଆପଣଙ୍କ ସହିତ ରାସ୍ତାକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ବାହାରିବ। ସରକାରକୁ ଏବେ ଗୋଟିଏ ବର୍ଷ ହୋଇଛି। ଆମ ଶିକ୍ଷକମାନଙ୍କୁ ସାମାନ୍ୟ ଧୌଯ୍ୟର୍ ରଖିବାକୁ ହେବ। ଆମର ପାଳି ଆସିବ, ଏହି ବିଶ୍ୱାସ ମୁଁ ଆପଣମାନଙ୍କୁ ଦେଉଛି। ଯଦି ନ ଆସେ, ତା’ହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ତଲଓ୍ଵାର ମୁଁ ହେବି’।

You might also like