କିସ୍ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କଲେ ଇଥୋପିଆର ପ୍ରତିନିଧି ଦଳ, ଛାତ୍ରୀମାନେ ଦେଲେ ଭବ୍ୟ ସମ୍ବର୍ଦ୍ଧନା
କେନ୍ୟୁଜ୍(ବ୍ୟୁରୋ): କିସ୍ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି ଇଥୋପିଆର ପ୍ରତିନିଧି ଦଳ । କିସ୍ରେ ପହଁଚିବା ପରେ ଅତିଥିମାନଙ୍କୁ କିସ୍ର ଛାତ୍ରୀମାନେ ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ ଡ. ପି.କେ ରାଉତରାୟ ଅତିଥିମାନଙ୍କୁ କିସ୍ର ବିଭିନ୍ନ ବିଭାଗ ବୁଲାଇଥିଲେ । ଛାତ୍ରଛାତ୍ରୀମାନେ ହିଁ ଦେଶରେ ଭବିଷ୍ୟତ । ବିଶ୍ୱରେ କିସ୍ ଏକ ଅନନ୍ୟ ଅନୁଷ୍ଠାନ ବୋଲି କହିଥିଲେ ଅତିଥିମାନେ ।