ଏପରି ଏକ ଦେଶ ଯେଉଁଠି ଜେଲରେ ବନ୍ଦ ଥିବା କଏଦୀ ନିଜେ ଖୋଳିଥାନ୍ତି ନିଜ ପାଇଁ କବର
ସାରା ବିଶ୍ଵରେ ଆପଣ ଏପରି ଅନେକ ପ୍ରକାରର ଜେଲ ବିଷୟରେ ଶୁଣିଥିବେ ଯେଉଁଠି କଏଦୀ ମାନଙ୍କ ସହିତ ବର୍ବରତାର ସମସ୍ତ ସୀମା ପାର କରାଯାଇଥାଏ । ଏହି ଜେଲରେ ଏପରି ଦଣ୍ଡ ଦିଆଯାଇଥାଏ ଯାହା ବିଷୟରେ ଶୁଣିଲେ ଆପଣଙ୍କ ହୋସ ଉଡିଯାଇପାରେ । ଜେଲରେ କଏଦୀ ମାନଙ୍କ ସହିତ ଅତ୍ୟାଚାର କରାଯିବା ଏକ ସାଧାରଣ କଥା ଅଟେ କିନ୍ତୁ ଦୁନିଆରେ ଏକ ଏପରି ଜେଲ ରହିଛି ଯେଉଁଠି କଏଦୀ ମାନେ ନିଜର କବର ନିଜେ ହିଁ ଖୋଳିଥାନ୍ତି । ଏମିତି ଏକ କଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟ କିନ୍ତୁ ଏହା ସତ ଅଟେ । ସୂଚନା ଅନୁଯାୟୀ ଉତ୍ତର କୋରିଆରେ ଅବସ୍ଥିତ ଏହି ଜେଲରେ କଏଦୀ ମାନଙ୍କ ସହିତ କେତେ ମାତ୍ରାରେ ନିଷ୍ଠୁରତା କରାଯାଇଥାଏ ଏହା ହେଉଛି ତାର ସଦ୍ୟ ପ୍ରମାଣ ।
ସୂଚନା ଅନୁଯାୟୀ କଏଦୀ ମାନଙ୍କୁ ଏଠାରେ ଜୋର ଜବରଦସ୍ତି ମଜୁରୀ ଖଟିବାକୁ କୁହାଯାଇଥାଏ । ଉତ୍ତର କୋରିଆର ଏହି ଜେଲରେ ବନ୍ଦ ଥିବା କଏଦୀ ମାନଙ୍କୁ ଶୋଇବା ପାଇଁ ଅତି ଛୋଟ ଛୋଟ ସେଲ ଦିଆଯାଇଥାଏ । ଏହାବ୍ୟତୀତ କଏଦୀ ମାନଙ୍କୁ ଅତି ନିର୍ମମ ଭାବେ ପ୍ରହାର କରାଯାଇଥାଏ । ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨ ଘଣ୍ଟା ସେମାନଙ୍କ ଦ୍ୱାରା ବହୁତ କଠିନ ପରିଶ୍ରମ କରାଯାଇଥାଏ ।
ଏକ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଜେଲ ଦୁନିଆର ସବୁଠାରୁ ଖତରନାକ ଜେଲ ମଧ୍ୟରୁ ଗୋଟିଏ । ଏହି ଜେଲରେ ହଜାର ହଜାର ଲୋକଙ୍କୁ କଏଦୀ ଭାବେ ରଖାଯାଇଛି । ଅନେକ ଲୋକଙ୍କ କହିବା ଅନୁଯାୟୀ ଏମାନଙ୍କ ମଧ୍ୟରୁ କିଛି ଏପରି ବି ଲୋକ ଅଛନ୍ତି ଯିଏକି କୌଣସି ଅପରାଧ କରିନାହାନ୍ତି ତଥାପି ଏଠାରେ ସଜା କାଟୁଛନ୍ତି ।