Below header

କେନ୍ଦୁଝର: ବିଆରପିଏଲ ପ୍ଲାଣ୍ଟ ପରିସରରେ ଦୁର୍ଘଟଣା, ଜଣେ ମୃତ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ବଡ଼ବିଲ ସ୍ଥିତ ବିଆରପିଏଲ ପ୍ଲାଣ୍ଟ ପରିସରରେ ଦୁର୍ଘଟଣା ଘଟି ଜଣେ ମୃତ । ମୃତକ ହେଲେ ସୁନୀଲ କୁମାର,ଘର ଉତ୍ତରପ୍ରଦେଶର ସୋନଗାଓଁରେ। ବିଆରପିଏଲ୍ ପ୍ଲାଣ୍ଟ ପରିସରରେ ମାଲ ଖାଲି କରି ଟ୍ରକର କାଚ ପୋଛୁଥିବା ବେଳେ ସମ୍ମୁଖରୁ ଆଉ ଏକ ଟ୍ରକ ପଛାଇ ପଛାଇ ଆସି ତାଙ୍କୁ ଚାପିଦେଇଥିଲା । ମୃତକ ସୁନୀଲ କୁମାର ସୁଶାନ୍ତ କୁମାର ସାହୁ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଟ୍ରକରେ ଖଲାସି ରୂପେ କାର୍ଯ୍ୟ କରୁଥିଲେ । ତେବେ ବିଆରପିଏଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗୁରୁତର ସୁନୀଲ କୁମାର ବିଳମ୍ବରେ ଜିଲ୍ଲା ଚିକିତ୍ସାଳୟରେ ପହଁଞ୍ଚିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୁନୀଲଙ୍କ ଭାଇ ଅଭିଯୋଗ କରିଛନ୍ତି । ପୁନଶ୍ଚ ପ୍ଲାଣ୍ଟ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହକୁ ପହଁଞ୍ଚାଇ ଦେଇ ଚାଲିଯିବା ଓ ଦାୟିତ୍ବ ସାରି ଦେବା କଥା ମୃତକଙ୍କ ଭାଇ କ୍ଷଭୋର ସହ ଦୋହରାଇ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.