Below header

ଦୁଇ କୁକୁର ମିଶି ଘରେ ଲଗାଇଦେଲେ ଭୟଙ୍କର ନିଆଁ, ଦେଖନ୍ତୁ କିପରି ପୋଡି ପାଉଁଶ ହୋଇଯାଉଛି ଘରର ସମସ୍ତ ଜିନିଷ

ସାଧାରଣତଃ କୁକୁରକୁ ମଣିଷର ସବୁଠାରୁ ବିଶ୍ଵସନୀୟ ପ୍ରାଣୀ ବୋଲି କୁହାଯାଇଥାଏ । କାରଣ ମାଲିକ ଏବଂ ତାର ଜିନିଷକୁ ଜଗାରଖା କରିବା ପାଇଁ ଲୋକମାନେ କୁକୁରକୁ ବହୁ ଆଦରରେ ଘରେ ପାଳିଥାନ୍ତି । ତେବେ ନିକଟରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏଠାରେ ଦୁଇ କୁକୁର ମିଶି ଘରେ ନିଆଁ ଲଗାଇ ଦେଇଛନ୍ତି ।

Image result for two-dogs-starts-fire-at-home-video-goes-viral

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ମେକ୍ସିକୋରେ । ଏଠାରେ ଜଣେ ମାଲିକ ନିଜ କୁକୁରକୁ ଘରେ ଏକାଛାଡି କେଉଁଆଡେ ଯାଇଥିବା ସମୟରେ କୁକୁର ଦୁଇଜଣ ଘରେ ନିଆଁ ଲଗାଇ ଦେଇଛନ୍ତି । ନିକଟରେ Los Amamos Country Fire Department ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ଘରେ ରଖାଯାଇଥିବା କିଛି ଜିନିଷ ଉପରେ ଦୁଇ କୁକୁର ଚଢି କିଛି କରୁଥିବାର ଦେଖାଯାଇଥିଲା । ଅଚାନକ କିଛି ଜିନିଷ ତଳେ ପଡିଯିବାରୁ କୁକୁରଟି ହଠାତ ସେଠୁ ଦୌଡ଼ି ଯାଇ ସୋଫା ଉପରେ ବସିଯାଇଥିଲା ଏବଂ ଏହାର କିଛି ସମୟ ପରେ କୋଣରେ ନିଆଁ ଜଳୁଥିବା ଦେଖିବାକୁ ମିଳିଲା ।

ଏହାପରେ ଅନ୍ୟ କୁକୁରଟି ମଧ୍ୟ ଚୁପଚାପ ବାହାରକୁ ବାହାରି ଯାଇଛି ଯେପରି କିଛିବି ଘଟଣା ଘଟିନାହିଁ । ଆଉ ତପରେ ସେଠାରେ ଥିବା ଜିନିଷ ଗୁଡିକରେ ନିଆଁ ଲାଗି ଜଳିବା ଆରମ୍ଭ ହେଉଛି । ସୂଚନା ଅନୁଯାୟୀ କୁକୁରମାନେ ଇଲେକ୍ଟ୍ରିକ ପ୍ରେସ ପକାଇ ଦେଇଥିଲେ ଯେଉଁ କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ଘରର ପ୍ରାୟତଃ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ତେବେ ସ୍ମୋକ ଆଲାର୍ମ ବାଯିବାପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଂଚି ଯାଇଥିଲେ । ବେଳେବେଳେ କୁକୁରମାନଙ୍କୁ ଘରେ ଏକା ଛାଡ଼ିଦେବା କେତେ ବିପଦପୂର୍ଣ୍ଣ ହୋଇପାରେ ସେ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.