ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଖସିଯିବା ବେଳେ ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

କେନ୍ୟୁଜ୍(ବ୍ୟୁରୋ):  ରବିବାର-ଅପରାହ୍‌ଣ ୨ଟା । ସ୍ଥାନ-ଭୁବନେଶ୍ୱରର କଳ୍ପନା ଛକ । ଫଳ ବଜାର ସମ୍ମୁଖରେ ଜଣେ ଯୁବକକୁ ଘେରି ଯାଇଥିଲେ କିଛି ଲୋକ । ଆଣ୍ଠୁମାଡ଼ି ତଳେ ବସି ଥିବା ଯୁବକଙ୍କୁ ମାଡ ମାରୁଛନ୍ତି ଜଣେ ଯୁବତୀ ।  ବୁଝୁ ବୁଝୁ ଜଣା ପଡିଲା ମାଡ ଖାଉଥିବା ଯୁବକ ଜଣେ ରୋଡ ରୋମିଓ । ଅଭିଯୋଗ ମୁତାବକ, ମାଡ଼ ମାରୁଥିବା ଯୁବତୀ ଦୋକାନରୁ ଫଳ କିଣୁଥିଲେ । ମାଡ ଖାଇଥିବା ଯୁବକ ଜଣଙ୍କ ମଦ ପିଇ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ଥରେ ନୁହେଁ ବାରମ୍ବାର କମେଣ୍ଟ ମାରିବାରୁ ପାଟି କରିଥିଲେ ଯୁବତୀ ଜଣଙ୍କ । ମଦ୍ୟପ ଯୁବକ ଖସି ଯିବାକୁ ବାହାରି ଥିବାବେଳେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ । ଆଉ ତା’ପରେ ବିଧା ଗୋଇଠା ମାରିଚାଲିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ନିଜ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ମାଡ଼ ମାରିଥିବା ଯୁବତୀ ଜଣଙ୍କ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଦିନ ଦ୍ୱିପହରରେ ରୋଡ ରୋମିଓଙ୍କ ଉତ୍ପାତ ଯୋଗୁ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.