Below header

ବିଜେପି ବିରୋଧରେ ଏକାଠି ହୋଇ ପାରୁନାହାନ୍ତି ବିରୋଧୀ ଦଳ, ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ଏକଜୁଟ ହୋଇଥିଲେ ବିରୋଧୀ। କଂଗ୍ରେସକୁ ସମର୍ଥନ କରୁନଥିବା ଦଳ ବି ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ କଂଗ୍ରେସ ସହ ହାତ ମିଳାଇଥିଲେ । ଏବେ ସେହି ଏକତାକୁ ବିଜେପି ବିରୋଧରେ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ।

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ଏକଜୁଟ ହୋଇଥିଲେ ବିରୋଧୀ। କଂଗ୍ରେସକୁ ସମର୍ଥନ କରୁନଥିବା ଦଳ ବି ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ କଂଗ୍ରେସ ସହ ହାତ ମିଳାଇଥିଲେ । ଏବେ ସେହି ଏକତାକୁ ବିଜେପି ବିରୋଧରେ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ। ଡାକିଛି ବିରୋଧୀଙ୍କ ବୈଠକ। ତେବେ ତାରିଖ ସ୍ଥିର ହୋଇ ନଥିବା ସୂଚନା ମିଳିଛି। ଡିଏମକେ ନେତା ଏମକେ ଷ୍ଟାଲିନଙ୍କୁ ଫୋନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେ।

ଷ୍ଟାଲିନ୍‌ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି। ଟିଏମସି, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି ଓ ବାମ ଦଳ ଗୁଡ଼ିକ ମତାମତ ଦେଇ ନାହାନ୍ତି। ଗତମାସରେ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସବୁ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଜଣାଇଥିଲେ । ସେହି ଏକତାକୁ ବିଜେପି ବିରୋଧରେ ବ୍ୟବହାର କରିବାକୁ ଚାହୁଁଛି କଂଗ୍ରେସ। ବିଜେପି ବିରୋଧରେ ଏକାଠି ହୋଇ ପାରୁନାହାନ୍ତି ବିରୋଧୀ ଦଳ । କଂଗ୍ରେସ ସହ କିଛି ଦଳ ଥିବା ବେଳେ କିଛି ଦଳ କଂଗ୍ରେସକୁ ବାଦ ଦେଇ ଅଲଗା ଗୋଷ୍ଠୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.