ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ । ବୈଠକ ପରେ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବିଜେଡି ଓ ବିଜେପି ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ହେଲେ କଂଗ୍ରେସ ଏଯାଏଁ ତାଲିକା ପ୍ରକାଶ କରିନାହିଁ । ତେବେ ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ଟିକେଟ ଘୋଷଣା ପରେ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି । ଟିକେଟ୍ କଟିବା ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢିବାରେ ଲାଗିଛି । ଏପ୍ରିଲ ୨୩ ଓ ୨୯ ରେ ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ହେବ ।

Leave A Reply

Your email address will not be published.