କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କରୋନା, ପଜିଟିଭ ଚିହ୍ନଟ ପରେ ସଂଗରୋଧରେ ଅଛନ୍ତି

କେନ୍ୟୁଜ୍(ବ୍ୟୁରୋ):  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କରୋନା । ସୋନିଆଙ୍କୁ ସାମାନ୍ୟ ଜ୍ୱର ହେବା ସହ ତାଙ୍କ ପାଖରେ କରୋନାର ଅନ୍ୟ ଲକ୍ଷଣ ରହିଛି । ଗତ ସଂଧ୍ୟାରେ ତାଙ୍କୁ ଜ୍ୱର ଆସିଥିଲା। ପଜିଟିଭ ଚିହ୍ନଟ ହେବା ପରେ ସୋନିଆ ସଂଗରୋଧରେ ଅଛନ୍ତି । ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ ତାଙ୍କୁ ସମନ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଆସନ୍ତା ୮ ତାରିଖରେ ହାଜର ହେବାକୁ କୁହାଯାଇଛି। କୋଭିଡ୍‌ ପଜିଟିଭ୍‌ ହୋଇଥିଲେ ବି ଇଡିରେ ହାଜର ହେବେ ସୋନିଆ। ଏ ନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ସପ୍ତାହରେ କଂଗ୍ରେସ ବହୁ ନେତାଙ୍କୁ ଭେଟିଥିଲେ ସୋନିଆ ଗାନ୍ଧୀ। କିଛି ନେତା କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେସି ବେଣୁଗୋପାଳ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। କୌଣସି ନେତାଙ୍କ ଠାରୁ ସଂକ୍ରମଣ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି।