କାହିଁକି ରାଗିଗଲେ କଂଗ୍ରେସ୍ ମୁଖପାତ୍ର ? ଲାଇଭ୍ ଡିବେଟରେ ବିଜେପି ନେତାଙ୍କ ଉପରକୁ ଫିଙ୍ଗିଲେ ପାଣି

ଆଉ ମାତ୍ର ଚାରି ଦିନ ପରେ ପ୍ରଥମ ଲୋକସଭା ନିର୍ବାଚନ । ଏବେ ପରସ୍ପରକୁ ସମାଲୋଚନା କରିବାରେ ବ୍ୟସ୍ତ ସମସ୍ତ ରାଜନୈତିକ ଦଳ । ଚାଲିଛି ଆରୋପ ପ୍ରତ୍ୟାରୋପର ଯୁଗ । ତେବେ ଶନିବାର ଏକ ଚ୍ୟାନେଲର ଡିବେଟ୍ ସୋ ରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କଂଗ୍ରେସ୍ ମୁଖପାତ୍ର ଆଲୋକ ଶର୍ମା ବିଜେପିର ପ୍ରବକ୍ତା କେକେ ଶର୍ମାଙ୍କ ଉପରେ ଫିଙ୍ଗିଛନ୍ତି ପାଣି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, କେକେ ଶର୍ମା ବାରମ୍ବାର ଗଦ୍ଦାର ଗଦ୍ଦାର ବୋଲି କହିବା ଦ୍ବାରା ନିଜର ଉପରେ ନିୟନ୍ତ୍ରଣ ହରାଇ ବସୁଛନ୍ତି ଆଲୋକ ଶର୍ମା । ଏହା ପରେ ଆଲୋକ ଶର୍ମା ନିଜ ସାମ୍ନାରେ ରଖାଯାଇଥିବା ପାଣି ଗ୍ଲାସ୍ କୁ କେକେ ଶର୍ମାଙ୍କ ଉପରେ ଫିଙ୍ଗୁଛନ୍ତି । ଯାହା ଡିବେଟରେ ଉପସ୍ଥିତ ଆଙ୍କରଙ୍କ ସହ ଅନ୍ୟମାନଙ୍କ ଉପରେ ପଡୁଛି ।

ତେବେ ଡିବେଟକୁ ଆଗକୁ ଜାରି ରଖିବା ପାଇଁ ଆଙ୍କରଙ୍କୁ ନିଜ ଜ୍ୟାକେଟ୍ ପରିବର୍ତ୍ତନ କରିବାକୁ ପଡୁଛି । ଅନ୍ୟପଟେ ପ୍ୟାନେଲିଷ୍ଟରେ ଅନ୍ୟ ଜଣେ ନେତା ଆଲୋକଙ୍କୁ କହୁଛନ୍ତି ପାଣି ପଡିବା ଦ୍ବାରା ଯଦି ତାଙ୍କ ମୋବାଇଲ୍ ଖରାପ ହୋଇଥାନ୍ତା ତେବେ କଣ ସେ ଏହାକୁ ରିପ୍ଲେସ୍ କରିଥାନ୍ତେ । ତେବେ ଆଙ୍କରଙ୍କ କହିବାନୁଯାୟୀ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ ଆଲୋକ ଶର୍ମା ।

ଦେଖନ୍ତୁ ଭିଡିଓ : 

https://www.facebook.com/BJP4India/videos/376265696437160/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.