ରାଜଧାନୀରେ ଭୁଶୁଡିଲା ନିର୍ମାଣାଧୀନ ଦୁଇ ମହଲା କୋଠା, ୨ ଶ୍ରମିକ ମୃତ

ନୂଆଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା । ଏନେଇ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆଉ ଜଣେ ଶ୍ରମିକ ଗୁରୁତର ରହିଛନ୍ତି ।

ରାଜଧାନୀ ନୂଆଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆଉ ଜଣେ ଶ୍ରମିକ ଗୁରୁତର ରହିଛନ୍ତି । ଘଟଣାରେ ୩ ଜଣ ଶ୍ରମିକ କୋଠା ତଳେ ଚାପି ହୋଇଯାଇଥିଲେ । ସୂଚନାପାଇଁ ଉଦ୍ଧାରକାରୀ ଦଳ ପହଞ୍ଚି ୩ ଜଣଙ୍କୁ ବାହାର କରିଥିଲା । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ନୂଆଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା । ଏନେଇ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । କୋଠା ତଳେ ୩ ଜଣ ଶ୍ରମିକ ଫସିଥିଲେ । ସେମାନଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଘଟଣାରେ ଆଉ ଜଣେ ଶ୍ରମିକ ଗୁରୁତର ରହିଛନ୍ତି ।

ତେବେ ମୃତକ ଶ୍ରିମକ ଦ୍ୱୟଙ୍କ ବୟସ ୩୦ ବର୍ଷ ଏବଂ ୨୦ ବର୍ଷ ହେବ ବୋଲି ଜଣାପଡିଛି । ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ବୟସ ୨୨ ବର୍ଷ । ଘର ମାଲିକଙ୍କ ପରିଚୟ ମିଳିଛି । ପୋଲିସ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଛି । ନିୟମ ଭାଙ୍ଗିଥିବା ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.