ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ, ନିର୍ବାଚନ ସମୟରେ ରଚିଥାନ୍ତେ ଆତଙ୍କ

ଆସାମରୁ ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ । ISIS ର ଭାରତ ମୁଖ୍ୟ ହାରିସ ଫାରୁକିକୁ ବାନ୍ଧିଛି ପୋଲିସ । ସେହିପରି ହାରିସର ସହଯୋଗୀ ରିହାନକୁ ବି ଗିରଫ କରାଯାଇଛି । NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଉଭୟ ଥିଲେ ।

ଆସାମରୁ ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ । ISIS ର ଭାରତ ମୁଖ୍ୟ ହାରିସ ଫାରୁକିକୁ ବାନ୍ଧିଛି ପୋଲିସ । ସେହିପରି ହାରିସର ସହଯୋଗୀ ରିହାନକୁ ବି ଗିରଫ କରାଯାଇଛି । NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଉଭୟ ଥିଲେ । ବିଶେଷ ସୁତ୍ରରୁ ଖବର ପାଇ STF ଉଭୟଙ୍କୁ ଗିରଫ କରିଛି ।

ଉଭୟଙ୍କୁ ଗୌହ୍ଵାଟୀ STF କାର୍ଯ୍ୟାଳୟରେ ପଚରାଉଚରା ଚାଲିଛି । ବାଂଲାଦେଶକୁ ଆସାମର ଧୁବ୍ରିକୁ ବେଆଇନ ଭାବେ ପଶିବା ପରେ ଉଭୟ NIAର ମେଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ । ଗିରଫ ହୋଇଥିବା ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ସହ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.