IPL ୨୦୨୪ ପୂର୍ବରୁ Jio ଆଣିଲା ଦମଦାର ଅଫର୍‌, AirFiberରେ ମାଗଣାରେ ପାଇବେ ଟ୍ରିପଲ୍‌ ଇଣ୍ଟରନେଟ ସ୍ପିଡ୍‌

ଏହି ଦମଦାର ଅଫର ଦ୍ୱାରା ଆପଣ ଆଗାମୀ ୬୦ ଦିନ ପାଇଁ ତିନି ଗୁଣ ଅଧିକ ଥିବା ଇଣ୍ଟରନେଟ୍ ସ୍ପିଡ୍ ସଂପୂର୍ଣ୍ଣ ମାଗଣାରେ ପାଇବେ । ଏହି ଅଫର ୧୭ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହୋଇଛି ।

Jio ନିଜର Airfiber ୟୁଜରଙ୍କ ପାଇଁ ଏକ ଖୁସି ଖବର ଆଣିଛି । Jio ଏହାର AirFiber Plus ୟୁଜର୍ସଙ୍କ ପାଇଁ ଏକ ଦମଦାର ଅଫର ଘୋଷଣା କରିଛି । ଏହି ଅଫର ଅନୁସାରେ ଉଭୟ ନୂଆ ଏବଂ ପୁରୁଣା ୟୁଜରମାନେ ଆଗାମୀ ୬୦ ଦିନ ପାଇଁ ମାଗଣାରେ ତିନି ଗୁଣା ଇଣ୍ଟରନେଟ୍ ସ୍ପିଡ୍ ପାଇବେ । ଏହି ଖାସ୍‌ ଅଫର ଆଇପିଏଲ୍ ୨୦୨୪ ଟୁର୍ନାମେଣ୍ଟର କିଛି ଦିନ ପୂର୍ବରୁ ଆସିଛି, ଯାହାକୁ ଆପଣ JioCinema ଆପ୍‌ ରେ ମାଗଣାରେ ଦେଖିପାରିବେ । ତେବେ ଆସନ୍ତୁ ଏହି ଅଫର ବିଷୟରେ ଡିଟେଲ୍ସରେ ଜାଣିବା ।

ଏହି ଦମଦାର ଅଫର ଦ୍ୱାରା ଆପଣ ଆଗାମୀ ୬୦ ଦିନ ପାଇଁ ତିନି ଗୁଣ ଅଧିକ ଥିବା ଇଣ୍ଟରନେଟ୍ ସ୍ପିଡ୍ ସଂପୂର୍ଣ୍ଣ ମାଗଣାରେ ପାଇବେ । ଏହି ଅଫର ୧୭ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହୋଇଛି ।

ଯଦି ଆପଣ Jio AirFiber Plusର ଏକ ନୂଆ କନେକ୍ସନ ନିଅନ୍ତି, ତେବେ ଏହି ରିଚାର୍ଜରେ ଆପଣ ନିଜ ପ୍ଲାନର ଇଣ୍ଟରନେଟ୍‌ ସ୍ପିଡ୍‌ ଠାରୁ ତିନି ଗୁଣ ଅଧିକ ସ୍ପିଡ୍‌ ପାଇବେ । ଅନ୍ୟପଟେ ପୁରୁଣା Jio AirFiber Plus ୟୁଜରମାନଙ୍କୁ ଏକ ଇମେଲ୍ ଏବଂ SMS ମିଳିବ । ଏହି ଅଫର କେବଳ ସେହି ୟୁଜରମାନଙ୍କ ପାଇଁ ଯେଉଁମାନଙ୍କର ୬ ମାସ କିମ୍ବା ୧୨ ମାସର Jio AirFiber Plus ପ୍ଲାନ୍‌ ରହିଛି ।

ଏହି ଖାସ୍‌ ଅଫର କେବଳ Jio AirFiber Plus ୟୁଜରଙ୍କ ପାଇଁ, ଯେଉଁମାନେ 5G FWA ଟେକ୍ନୋଲୋଜି ବ୍ୟବହାର କରନ୍ତି । ଧ୍ୟାନ ରଖନ୍ତୁ ଏହି ଅଫରରେ Jio 5G ସିମ୍ କାର୍ଡ ସାମିଲ ନୁହେଁ । ଏହା ବ୍ୟତୀତ ଏହି ଅଫର Jio Fiber FTTH (Fiber To The Home) ୟୁଜରଙ୍କ ପାଇଁ ନୁହେଁ । କହି ରଖିବାକୁ ଚାହିଁବୁ ଯେ JioCinema ରେ ଆପଣ 4K ରିଜୋଲ୍ୟୁସନରେ ମାଗଣାରେ ସମସ୍ତ IPL ୨୦୨୪ ମ୍ୟାଚ୍ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.