କୁଳଡ଼ିହା ଅଭୟାରଣ୍ୟରେ ରାତି ଅଧିଆ ଚଢ଼ାଉ, ବନ୍ଧୁକ ସହ ୬ ଶିକାରୀ ଗିରଫ

ଆକ୍ସନ ମୋଡରେ ବନବିଭାଗ । କୁଳଡିହା ଅଭୟାରଣ୍ୟରେ ରାତି ଅଧିଆ କମ୍ବିଂ ଅପରେସନ । ୬ଟି ବନ୍ଧୁକ ସହ ୬ ଶିକାରୀ ଗିରଫ। ୬ ବନ୍ଧୁକ ସହ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନ ବିଭାଗ । ବାହାବନ୍ଧ ବିଟ୍ ଅଧିନ ଡେଉଁଚଖାଲ ଅଞ୍ଚଳରୁ ଗିରଫ କରିଛି ବନବିଭାଗ ।

ନୀଳଗିରି (କେନ୍ୟୁଜ): ଆକ୍ସନ ମୋଡରେ ବନବିଭାଗ । କୁଳଡିହା ଅଭୟାରଣ୍ୟରେ ରାତି ଅଧିଆ କମ୍ବିଂ ଅପରେସନ । ୬ଟି ବନ୍ଧୁକ ସହ ୬ ଶିକାରୀ ଗିରଫ। ୬ ବନ୍ଧୁକ ସହ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନ ବିଭାଗ । ବାହାବନ୍ଧ ବିଟ୍ ଅଧିନ ଡେଉଁଚଖାଲ ଅଞ୍ଚଳରୁ ଗିରଫ କରିଛି ବନବିଭାଗ । କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ବନ କର୍ମଚାରୀଙ୍କୁ ଆକ୍ରମଣରେ ପରେ ଅଭୟାରଣ୍ୟରେ ବନ ବିଭାଗର କମ୍ବିଂ ଅପରେସନଜାରି ରହିଛି ।

ସୂଚନା ଅନୁସାରେ କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଆସିଥିଲା ବନ ବିଭାଗ । ଯିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିବାକୁ ଚେତାବନୀ ଦିଆଯାଇଥିଲା । ସୋମବାର ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇ ଜଣ ବିପଦମୁକ୍ତ ଥିଲେ। ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.