SAIL ମ୍ୟାନେଜର ପଦବୀ ଖାଲି, ଦରମା ୨ ଲକ୍ଷରୁ ଅଧିକ

ସେଲ୍‌(SAIL) ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏହି ଭର୍ତ୍ତି ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀ ପାଇଁ ହେବ । ବୋକାରୋ ଷ୍ଟିଲ ପ୍ଲାଣ୍ଟ, ସିଇଟି ରାଞ୍ଚି ଏବଂ ଝାରଖଣ୍ଡ ଗ୍ରୁପ ଅଫ ମାଇନ୍ସ ପାଇଁ ବିଜ୍ଞପ୍ତି ବାହାରିଛି ।

ସେଲ୍‌(SAIL) ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ମ୍ୟାନେଜର ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆପ୍ଲିକେସନ ଲିଙ୍କ ଆକ୍ଟିଭ ହେବା ପରେ ଫର୍ମ ପୂରଣ କରନ୍ତୁ । ଏଥିପାଇଁ କେବଳ ନୋଟିଫିକେସନ ପ୍ରକାଶ ପାଇଛି । ଏହି ଭର୍ତ୍ତି ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀ ପାଇଁ ହେବ । ବୋକାରୋ ଷ୍ଟିଲ ପ୍ଲାଣ୍ଟ, ସିଇଟି ରାଞ୍ଚି ଏବଂ ଝାରଖଣ୍ଡ ଗ୍ରୁପ ଅଫ ମାଇନ୍ସ ପାଇଁ ବିଜ୍ଞପ୍ତି ବାହାରିଛି ।

ପଦବୀ ବିବରଣୀ : ୫୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୬ ମାର୍ଚ୍ଚ ୨୦୨୪ରୁ ୧୬ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ମ୍ୟାନେଜର ପଦବୀ ପାଇଁ ଆଟେମେଶନ, ମେକାନିକାଲ/ବିଏସଏଲରେ ଡିଗ୍ରୀ କରିଥିବା ଜରୁରୀ । ସେହିପରି ଡେପୁଟି ମ୍ୟାନେଜର ପଦବୀ ପାଇଁ ମେକାନିକାଲ, ସିଭିଲ, ଇଲେକ୍ଟ୍ରିକାଲ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ମ୍ୟାନେଜର ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରହିଥିବା ବେଳେ ଡେପୁଟି ମ୍ୟାନେଜର ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷ ହେବା ଜରୁରୀ । ସରଂକ୍ଷିତ ଶ୍ରେଣୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମେ କମ୍ପ୍ୟୁଟର ଜନିତ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଜେନେରାଲ ଓ ଓବିସି ପ୍ରାର୍ଥୀ ୭୦୦ ଟଙ୍କା ଏବଂ ୨୦୦ ଟଙ୍କା ପ୍ରୋସେସିଂ ଫି ଦେବାକୁ ହେବ । ଆଉ ସଂରକ୍ଷିତ ବର୍ଗ ପ୍ରାର୍ଥୀ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

ଦରମା : ଚୟନ ହେବା ପରେ ଦରମା ପଦବୀ ଅନୁସାରେ ଅଲଗା ଅଲଗା ରହିବ । ମ୍ୟାନେଜର ପଦବୀ ପାଇଁ ୮୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ । ସେହିପରି ଡେପୁଟି ମ୍ୟାନେଜର ପଦବୀ ପାଇଁ ୭୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.