Below header

ଛିଃ ଇଏ କି ପ୍ରେମ! ପ୍ରେମିକା ଶରୀରର ୯ଟି ଜାଗାରେ ଜବରଦସ୍ତି ନିଜ ନାଁର ଟାଟୁ କରି ପ୍ରେମ ଜାହିର କଲା ପାଗଳ ପ୍ରେମିକ

ପ୍ରେମରେ ଦୁଇ ଜଣ ଲୋକ ପରସ୍ପରର ସହମତିରେ ଏକାଠି ରହିଥାନ୍ତି। ସମ୍ମାନ କରିଥାନ୍ତି ଓ ଯତ୍ନ ନେଇଥାନ୍ତି। କୁହାଯାଏ ଯେ ପ୍ରେମିକ ପ୍ରେମିକା ନିଜ ପୂର୍ବରୁ ପାର୍ଟନରଙ୍କ କଥା ଚିନ୍ତା କରନ୍ତି ଓ ଖୁସିର ଧ୍ୟାନ ରଖିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହି ସୁଖ ନଥାଏ। ନର୍ଥଆମ୍ପଟନ୍‌ରେ ରହୁଥିବା ୩୧ ବର୍ଷୀୟ ନିକୋଲା ଫ୍ରାଷ୍ଟଙ୍କ ପ୍ରେମ ତାଙ୍କୁ ଯେଉଁ ଭଳି ନିର୍ଯାତନା ଦେଇଛି ତାହା ବୋଧେ କେହି ସ୍ୱପ୍ନରେ ବି ଚିନ୍ତା କରିନଥିବେ। ନିକୋଲା ସବୁ କିଛି ସହୁଥିଲେ କିନ୍ତୁ ଯେତେବେଳେ ଏସବୁ ଅସହ୍ୟ ହେଲା ବାଧ୍ୟ ହୋଇ ସେ ଏହି ସମ୍ପର୍କକୁ କାଟିବାକୁ ନିଷ୍ପତ୍ତି ନେଲେ।

crime

ସୋସିଆଲ ମିଡିଆରେ ନିକୋଲା ନିଜ ସହ ହୋଇଥିବା ଶାରୀରିକ ଓ ମାନସିକ ଅତ୍ୟାଚାରର ପ୍ରମାଣ ସେୟାର କରିଛନ୍ତି। ୫ ଛୁଆଙ୍କ ମା’ ନିକୋଲାଙ୍କୁ ତାଙ୍କୁ ପ୍ରେମିକ ଜେମ୍ସ ଓ୍ଵାର୍ଟନ୍‌ ପ୍ରବଳ ନିର୍ଯାତନା ଦେଉଥିଲେ। ସେ ନିକୋଲାଙ୍କୁ ରୀତିମତ ମାଡ଼ପିଟ୍‌ କରିବା ସହ ଅତ୍ୟାଚାର କରୁଥିଲେ। ନିକୋଲାଙ୍କୁ ସେ ନିଜ ମନଇଚ୍ଛା ବ୍ୟବହାର କରୁଥିଲେ। ନିକୋଲାଙ୍କ ସାରା ଶରୀରରେ ନିଜ ନାଁର ଟାଟୁ କରିବାକୁ କହୁଥିଲେ।

crime

କେବଳ କହୁନଥିଲେ ଜବରଦସ୍ତି ୯ଟି ଜାଗାରେ ନିଜ ନାଁ ବି ଲେଖାଇଦେଇଥିଲେ, ସେ ପୁଣି ଛୁରୀରେ। ଗୋଟେ ସ୍ଥାନରେ ସେ ‘ଇଏ ମୋ ସମ୍ପତ୍ତି’ ବୋଲି ମଧ୍ୟ ଲେଖିଥିଲେ। ଏତିକିରେ ଥମିନଥିଲା ନିର୍ଯାତନା। ଜେମ୍ସ ଓ୍ଵାର୍ଟନ୍‌ ନିକୋଲାଙ୍କ ବାହାରକୁ ବାହାରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେଲେ। ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇଯାଇଥିଲେ ଜେମ୍ସ।

crime

୨୦୧୯ରେ ପ୍ରଥମ ଥର ପାଇଁ ଜେମ୍ସ ଓ୍ଵାର୍ଟନ୍‌ ତାଙ୍କୁ ଛୁରୀ ଓ ଲାତବିଧା ମାରି ଆକ୍ରମଣ କରିଥିଲେ। ୩ ଘଣ୍ଟା ଧରି ମାରପିଟ କରିବା ପରେ ନିକୋଲା ସେଠାରୁ ଜୀବନ ବଞ୍ଚାଇ ପୋଲିସର ଆଶ୍ରୟ ନେଇଥିଲେ। ପରେ ପୋଲିସ ଜେମ୍ସଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇ ଦେଇଛନ୍ତି। ତାଙ୍କୁ ୨୧ ମାସର ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ୧୦ ବର୍ଷ ଯାଏ ନିକୋଲାଙ୍କ ସହ ଭେଟିବା ଉପରେ ନିଷେଧାଜ୍ଞା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.