ବିଜୁପଟ୍ଟନାୟକ କ୍ରୀଡା ଓ ସାହସୀକତା ସମ୍ମାନ, ୧୦ ଜଣଙ୍କୁ ଦିଆଗଲା ପୁରସ୍କାର ସହିତ ମାନପତ୍ର

କେନ୍ୟୁଜ୍(ବ୍ୟୁରୋ): ୨୦୧୯ର ବିଜୁପଟ୍ଟନାୟକ କ୍ରୀଡା ଓ ସାହସୀକତା  ସମ୍ମାନ ୧୦ ଜଣଙ୍କୁ ପ୍ରଦାନ କରାଯାଇଛି। କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ରାଜ୍ୟ ପାଇଁ ସମ୍ମାନ ଆଣି  ଦେଇଥିବା ଏହି କ୍ରୀଡ଼ାବିତ୍ ମାନଙ୍କୁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡା ନୁପୁଣିଆରେ ନଦୀରେ ବୁଡି ଯାଉଥିବା ଜଣେ ମହିଳାଙ୍କୁ  ଉଦ୍ଧାର କରିଥିବା କେନ୍ଦ୍ରାପଡାର ଦୁଇ ସାହାସୀ ଭଉଣୀ ପୂର୍ଣ୍ଣିମା ଗିରି  ଓ ସବିତା ଗିରିଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ପଦକ ସହ ମାନପତ୍ର ଓ ୧ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଦିଆଯାଇଥିଲା। ଗତ ବର୍ଷ ଏହି ଦୁଇ ଭଉଣୀ ରାଷ୍ଟ୍ରପତିଙ୍କ ଠାରୁ  ସାହାସୀକତା ପୁରସ୍କାର ପାଇଥିଲେ।

ସେହିପରି ବିଶ୍ବ ପାରା ଏସିୟାନ ଗେମ ୨୦୧୯ରେ  ଗୋଲ୍ଡ ମେଡାଲ  ପାଇଥିବା ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କ କୋଚ ଶିବପ୍ରଶାସଦ ଦାସଙ୍କୁ ପୁରସ୍କାର ବାବଦ ଅର୍ଥ ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  

ସେହିପରି ମନିଲାରେ ଆୟାଜିତ ହୋଇଥିବା  ୧୭ତମ ଏସିୟାନ ଚେସ୍ ଚାମ୍ପିୟାନସିପରେ ଗୋଲ୍ଡ ମେଡାଲ ପାଇଥିବା ଚେସ୍ ଚାମ୍ପିୟନ ପଦ୍ମିନ ରାଉତଙ୍କୁ  ପୁରସ୍କାର  ବାବଦକୁ ୨ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ମନିଲାରେ ଚାଲିଥିବା ଏସିୟାନ ରଗବି ଚାମ୍ପିୟାନସିପରେ ଭାରତ ଦଳରେ ସାମିଲ ହୋଇ  ବ୍ରୋଞ୍ଜ୍ ପଦକ ଜିତିଥିବା ହୁପି ମାଝିଙ୍କୁ ପୁରସ୍କାର ବାବଦକୁ ୨ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଆବୁ ଧାବିରେ ଆୟୋଜିତ ହୋଇଥିବା  ସ୍ପୋଷାଲ ଅଲେମ୍ପିକ ୱାଲ୍ଡ ଗେମ ୨୦୧୯ର ଫୁଟସାଲ ଗେମରେ ରୌପ୍ୟ ପଦକ ପାଇଥିବା ରାଜଶ୍ରୀ ମହାପାତ୍ରଙ୍କୁ ପୁରସ୍କାର  ବାବଦକୁ ୨ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି।

ସେହିପରି ନ୍ୟାସନାଲ  ଜୁନିଅର ଆଥେଲେଟିକ୍ସରେ ୧୦୦ ମିଟର ଦୌଡ ଧଓ  ଲଙ୍ଗ ଜମ୍ପରେ  ଦ୍ବିତୀୟ ସ୍ଥାନ ଗ୍ରହଣ କରିଥିବା ମନୀଷା ମେରେଲଙ୍କୁ ପୁରସ୍କାର  ରାଶି ବାବଦକୁ ୧ ଲକ୍ଷ ୧୨ ହଜାରଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଗୋହାଟିରେ ଚାଲିଥିବା ଖେଲୋ  ଇଣ୍ଡିଆରେ ୧୦୦ ମିଟିର  ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ପ୍ରତ୍ୟାଶା ରାୟଙ୍କୁ ପୁରସ୍କାର ବାବଦକୁ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

pratyasha rai

ସେହିଭଳି  ଓଡିଶାରେ ଅନେକ  ଚେସ୍ ତାରକା ସୃଷ୍ଟି କରିଥିବା ଚେସ୍ କୋଚ ସତ୍ୟରଞ୍ଜନ ପଟ୍ଟନାୟକଙ୍କୁ ୧ ଲକ୍ଷା ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିପରି ଇଣ୍ଡୋନେସିଆରେ ଚାଲିଥିବା ପାରାଆଥେଲେଟିକ୍ସ ୨୦୧୮ରେ ରୌପ୍ୟ ପଦକ ଜିତିଥିବା ଜୟନ୍ତୀ ବେହାରାଙ୍କୁ ୨ ଲକ୍ଷ ଟଙ୍କା  ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହା  ସହିତ ତାଙ୍କୁ ବିଜୁ ପଟ୍ଟନାୟକ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.