ବିଶ୍ୱରେ କାୟା ମେଲାଉଛି କରୋନା, ୧ ଲକ୍ଷ ୮ ହଜାର ୭୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ସାରା ବିଶ୍ୱରେ ୨୧୦ ଦେଶକୁ ଆଟାକ୍‌ କଲାଣି କରୋନା ଭାଇରସ୍‌ । ୧୭ ଲକ୍ଷ ୭୮ହଜାର ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଲକ୍ଷେ ୮ ହଜାର ୭୭୦ରେ ପହଞ୍ଚିଲାଣି । ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା ସୃଷ୍ଟି କଲାଣି । ଏମିତିକି ଏହି ଅଙ୍କରେ ଇଟାଲୀକୁ ବି ଟପିଗଲା ଆମେରିକା । ଏପର୍ଯ୍ୟନ୍ତ ଭୂତାଣୁ ୨୦ ହଜାରରୁ ଅଧିକ ଜଣଙ୍କ ଜୀବନ ନେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୨ ହଜାରରୁ ଅଧିକ । ଇଟାଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ ହଜାର ୪୬୮ ରହିଛି ।

Corona virus in India latest news: For how long can India remain ...

ଆକ୍ରାନ୍ତ ହୋଇଛନ୍ତି ୧ ଲକ୍ଷ ୫୨ ହଜାର । ବର୍ତ୍ତମାନ ସମୟରେ ଆମେରିକା ପରେ ସର୍ବାଧିକ ସଂକ୍ରମିତ ଦେଶ ହେଉଛି ସ୍ପେନ । ସେଠାରେ ୧ ଲକ୍ଷ ୬୩ ହଜାର ଜଣ ଆକ୍ରାନ୍ତ ଥିବା ବେଳେ ୧୬ ହଜାର ୬୦୬ଜଣ ମୃତ୍ୟବରଣ କରିଛନ୍ତି । ଫ୍ରାନ୍ସରେ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୨୪ ହଜାର ୮୬୯ ଜଣ । ମୃତ୍ୟୁବରଣ କରିଛନ୍ତି ୧୩ ହଜାର ୧୯୭ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.