ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଚତୁର୍ଥ ଲହର ନେଇ କଳ୍ପନାଜଳ୍ପନା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ । ଶୁକ୍ରବାର ଠାରୁ ଶନିବାର ୨୬ ପ୍ରତିଶତ ବଢ଼ିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୪୬୧ ସଂକ୍ରମିତ। ପଜିଟିଭିଟି ହାର ୫.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍‌ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ଏକ ସପ୍ତାହ ହେଲା ଦିଲ୍ଲୀରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ିବା ପରେ ଦେଶରେ ଚତୁର୍ଥ ଲହର ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ସ୍କୁଲ ଚାଲିଥିବାରୁ ଚିନ୍ତା ବଢ଼ିଛି। ସଂକ୍ରମଣ ବଢ଼ିବା ପରେ କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନାଗ୍ରହ ପ୍ରକାଶ କରିଛନ୍ତି। ବହୁବିଧ ରୋଗରେ ପୀଡ଼ିତା ଥବା ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଟିକାକଣ ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସେପଟେ ହସ୍ପିଟାଲାଇଜେସନ୍‌ କମ୍‌ ଥିବାରୁ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.