Below header

କରୋନା ଭାଇରସକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତରଙ୍କ ସହିତ ଚୀନ ସରକାର କରିଥିଲେ ଏଭଳି ଘୃଣ୍ୟ କାମ 

ଚୀନ ସରକାର ସର୍ବଦା ନିଜ ବିରୁଦ୍ଧରେ କୌଣସି ଖବର ବାହାର ଦେଶକୁ ଯିବାକୁ ଦିଅନ୍ତି ନାହିଁ ଏବଂ ନିଜକୁ ବଞ୍ଚାଇବା ପାଇଁ ସେ କୌଣସି ପ୍ରକାର ପଦକ୍ଷେପ ମଧ୍ୟ ନେଇପାରନ୍ତି । ତେବେ କରୋନା ଭାଇରସ ସଂକ୍ରମଣ ମାମଲାରେ ମଧ୍ୟ ଚୀନୀ ସରକାର ଠିକ ଏଭଳି ଏକ ଘୃଣ୍ୟ କାମ କରିଛନ୍ତି । ସୂଚନା ଅନୁଯାୟୀ ଯେଉଁ ଚୀନୀ ଡାକ୍ତର ସର୍ବପ୍ରଥମେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେଇଥିଲେ ଚିନି ସରକାର ତାଙ୍କୁ ଗାୟବ କରିଦେଇଛନ୍ତି ।

Image result for corona-virus-whistleblower-doctor-is-detained-by-authority

ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ ଗତ ଡିସେମ୍ବର 30 ତାରିଖରେ ବୁହାନର ଜଣେ ଡାକ୍ତର ଲି. ବେନଲିୟାଙ୍ଗ ପ୍ରଥମଥର ସୋସିଆଲ ଆପ WeChat ମାଧ୍ୟମରେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେଇଥିଲେ । ନିଜ ପୋଷ୍ଟରେ ଡଃ ଲି. ଲେଖିଥିଲେ ସହର ନିକଟସ୍ଥ ଏକ ମାଛ ବଜାରରେ ସାର୍ସ ଭଳି ଏକ ଭାଇରସ ଚିହ୍ନଟ କରାଯାଇଛି । ଏହାର ସଂକ୍ରମଣ କାରଣରୁ ପାଖାପାଖି ୭ ଜଣ ଲୋକ ଭିନ୍ନ ଭିନ୍ନ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତେବେ ପ୍ରଥମଥର ପାଇଁ ଏହି ଡାକ୍ତର କରୋନ ଭାଇରସକୁ ଚିହ୍ନଟ କରିଥିଲେ ।

Image result for corona-virus-whistleblower-doctor-is-detained-by-authority

ସୂଚନା ଅନୁଯାୟୀ ଡ଼ ଲି.ଙ୍କ ଦ୍ୱାରା ଏହି ବାର୍ତା ସୋସିଆଲ ମିଡିଆରେ ସେୟାର କରାଯିବା ପରେ ସ୍ଥାନୀୟ ପୋଲିସ ତାଙ୍କୁ ହେପାଜତରେ ନେଇଯାଇଥିଲେ । ଆଉ ତାର କିଛିଦିନ ପରେ ଏହି ଡାକ୍ତର ଜଣକ ଗାୟବ ହୋଇଯାଇଥିଲେ । ନିଜର ଶେଷ ପୋଷ୍ଟରେ ସେ ଲେଖିଥିଲେ ‘ମୁଁ କରୋନା ଭାଇରସ ସଂକ୍ରମିତ’ । କିଛି ଅନ୍ତରାଷ୍ଟ୍ରୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଚୀନ ନିଜ ଦେଶରେ କୌଣସିବି ନେଗେଟିଭ ଖବର ବିରୋଧରେ ଅତ୍ୟନ୍ତ କଠୋରତାର ସହ ପଦକ୍ଷେପ ନେଇଥାଏ । ଏପରିସ୍ଥଳେ ଅନୁମାନ କରାଯାଉଛି ଯେ ଚୀନ ସରକାର ଡକ୍ଟର ଲି.ଙ୍କୁ ମୃତ୍ୟୁଦଣ୍ଡ ଦେଇଥାଇପାରେ ।

Image result for corona-virus-whistleblower-doctor-is-detained-by-authority

ଏକ ରିପୋର୍ଟ ଅନୁଯାୟୀ ଚୀନ ସଂକ୍ରମଣକୁ ରୋକିବା ପାଇଁ ସରକାର ଡାକ୍ତର ଓ ହସ୍ପିଟାଲ ସେବା ଉପରେ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ଉପରେ ଟିକିଏ ବେଶୀ ଧ୍ୟାନ ଦେଉଛନ୍ତି । ତେବେ ଚୀନୀ ସରକାର ନିଜ ଦେଶର ଖବର ସାରା ଦୁନିଆଠାରୁ ଲୁଚାଇବା ପାଇଁ କରୋନା ଭାଇରସ ଓ ତାର ସଂକ୍ରମଣକୁ ନେଇ କୌଣସି ପ୍ରକାର ସୂଚନା ସୋସିଆଲ ମିଡିଆରେ ସେୟାର ନକରିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.