ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ କହିଲେ, ଶାସନ ହଡ଼ପ କରିବାକୁ ଚେଷ୍ଟା କରନି

ପଶ୍ଚିମବଙ୍ଗ : କରୋନା ଭାଇରସ୍‌ ସଙ୍କଟ ସମୟରେ ରାଜ୍ୟପାଳ ତାଙ୍କର ଶାସନ ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଗତ ସପ୍ତାହରେ ରାଜ୍ୟପାଳ ଦୁଇଟି ପତ୍ର ପଠାଇଥିଲେ, ଯାହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

କରୋନା ମାମଲାକୁ ନେଇ ଏବେ ରାଜଭବନ ଓ ରାଜ୍ୟ ସଚିବାଳୟ ମଧ୍ୟରେ କିଛି ମତାନ୍ତର ଚାଲିଛି । ମମତା ରାଜ୍ୟପାଳଙ୍କୁ ତାଙ୍କର ୧୪ ପୃଷ୍ଟା ସମ୍ବଳିତ ପତ୍ରରେ ଏଭଳି ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି ।

ମମତା କହିଛନ୍ତି ଯେ ମୋର ମନ୍ତ୍ରୀ ଓ ଅଧିକାରୀଙ୍କ ଖିଲାପରେ ଆପଣଙ୍କ ବ୍ୟବହାର ଅଶୋଭନୀୟ ଏବଂ ନିନ୍ଦନୀୟ । ମୋତେ ଦେଇଥିବା ଉପଦେଶ ସାମ୍ବିଧାନିକ ନିୟମର ଖୋଲା ଉଲଂଘନ ଓ ଏହାକୁ ନିଜେ ପାଳନ ନକରି ମୋତେ କହିବା ନିତି ବିରୁଦ୍ଧ ବୋଲି ମମତା ରାଜ୍ୟପାଳଙ୍କୁ କହିଛନ୍ତି ।

କରୋନାର ଏପରି ସଙ୍କଟ ସମୟରେ ସରକାର ହଡ଼ପ କରିବାର ଏଭଳି ପ୍ରଚେଷ୍ଟାରୁ ନିବୃତ ରୁହନ୍ତୁ ବୋଲି ମମତା ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ କହିଛନ୍ତି । ପ୍ରକାଶ ଯେ କରୋନା ପ୍ରତିକାର ଉପରେ ମମତାଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତାଙ୍କ ମଧ୍ୟରେ ଏପରି ଶୀତଳ ଯୁଦ୍ଧ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.