ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶନିବାର, ଲାଇଭ ସୋ’ ଦେଖିବ ସାରା ବିଶ୍ୱ 

ଆସନ୍ତାକାଲି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ବକିଂହାମ ପ୍ୟାଲେସରୁ ୨୦୦ ବର୍ଷ ତଳର ଘୋଡ଼ାଗାଡ଼ିରେ େଓ୍ଵଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯିବେ ବ୍ରିଟେନ ରାଜା।

ନୂଆଦିଲ୍ଳୀ : ଆସନ୍ତାକାଲି ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ ତୃତୀୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ବକିଂହାମ ପ୍ୟାଲେସରୁ ୨୦୦ ବର୍ଷ ତଳର ଘୋଡ଼ାଗାଡ଼ିରେ େଓ୍ଵଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯିବେ ବ୍ରିଟେନ ରାଜା।

ରାଜ୍ୟାଭିଷେକରେ ଭାରତରୁ ଯୋଗ ଦେବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର, ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ମୁମ୍ବାଇର ୨ ଢ଼ାବାଓ୍ଵାଲା । ଏହା ପୂର୍ବରୁ ପ୍ରାୟ ୭ ଦଶନ୍ଧୀ ର୍ପୂର୍ବେ ୧୯୫୬ ରେ ବ୍ରିଟେନର ଶେଷ ରାଜ୍ୟାଭିଷେକ ଏଲିଜାବେଥ ୨ୟଙ୍କର ସମାରୋହରେ ଯୋଗ ଦେଇଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହେରୁ । ତା’ ପରଠାରୁ ବ୍ରିଟେନ ରାଜପ୍ରାସାଦରେ ଆଉ ରାଜ୍ୟାଭିଷେକ ହୋଇ ନାହିଁ ।

ବ୍ରିଟେନ ରାଜପରିବାରରେ ରାଜତିଳକ। ରାଜ ମୁକୁଟ ପିନ୍ଧିବେ କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲା। ଭବ୍ୟ ସମାରୋହ ପାଇଁ ଲଣ୍ଡନ ବକିଂହାମ ପ୍ୟାଲେସରେ ପ୍ରସ୍ତୁତି ଚୂଡ଼ାନ୍ତ। େଓ୍ଵଷ୍ଟ ମିନିଷ୍ଟର ଆବେରେ ଏକ ଚର୍ଚ୍ଚରେ ହେବ ରାଜ୍ୟାଭିଷେକ। ହୀରା ଓ ସୁନା ଖଚିତ ମୁକୁଟ ପିନ୍ଧିବେ କିଙ୍ଗ ଚାର୍ଲସ ତୃତୀୟ। ଭାରତୀୟ ସମୟ ଅପରାହ୍ଣ ୨ଟା ୫୦ରୁ ଆରମ୍ଭ ହେବ ରାଜତିଳକ ଉତ୍ସବ। ପ୍ରାୟ ୨ ଘଣ୍ଟା ଧରି ଚାଲିବ । ବକିଂହାମ ପ୍ୟାଲେସରୁ େଓ୍ଵଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯିବ ରାଜାଙ୍କ ପ୍ରସେସନ।

ଘୋଡ଼ା ଗାଡ଼ିରେ ଯିବେ କିଙ୍ଗ ଚାର୍ଲସ ତୃତୀୟ। ୧.୪୨ ମାଇଲ ରାସ୍ତା ଅତିକ୍ରମ କରିବ ପ୍ରସେସନ। ପରମ୍ପରା କ୍ରମେ ୨୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଗୋଲ୍ଡ ଷ୍ଟେଟ୍‌ କୋଚ୍‌ ବ୍ୟବହାର ହେବ। ୧୭୬୦ ମସିହାରେ ବ୍ରିଟିଶ ରାଜପରିବାର ନିର୍ମାଣ କରିଥିଲା ଗୋଲ୍ଡ ଷ୍ଟେଟ୍‌ କୋଚ। କିଙ୍ଗ୍‌ ଜର୍ଜ ତୃତୀୟଙ୍କ ରାଜ୍ୟାଭିଷେକରେ ଏହା ବ୍ୟବହାର ହୋଇଥିଲା ।

ଚାର୍ଲସ ତୃତୀୟଙ୍କ ମା କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ରାଜତିଳକରେ ମଧ୍ୟ ବ୍ୟବହାର ହୋଇଥିଲା। କିଙ୍ଗ ଚାର୍ଲସ ତୃତୀୟ ନିଜ ରାଜ୍ୟାଭିଷେକରେ ଏହାକୁ ବ୍ୟବହାର କରିବା ପାଇଁ ଇଛା କରିଛନ୍ତି। ୮ଟି ଧୂସର ବର୍ଣ୍ଣର ଅଶ୍ୱ ଦ୍ୱାରା ଚାଳିତ ହୋଇଥାଏ ୪ ଟନ ଓଜନ ବିଶିଷ୍ଟ ଏହି ରାଜକୀୟ ଘୋଡ଼ା ଗାଡ଼ି ।

ପ୍ରୋସେସନରେ ସାମିଲ ହେବେ ୪ ହଜାର ଆର୍ମଡ ଫୋର୍ସ। ଏହି ପ୍ରସେସନ ହେବ ବ୍ରିଟେନ ରାଜ୍ୟାଭିଷେକ ଇତିହାସରେ ସବୁଠୁ ବଡ଼ ମିଲିଟାରୀ ପ୍ରସେସନ। ଆର୍ମୀ, ରୟାଲ ନେଭି ଓ ରୟାଲ ଏୟାରଫୋର୍ସ ସାମିଲ ହେବେ। ୧୬ହଜାରରୁ ଅଧିକ ଲୋକ ଯୋଗ ଦେବେ । ୧୯୫୩ରେ ଏଲିଜାବେଥ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ପ୍ରସେସନ ଠାରୁ ବଡ଼ ଆୟୋଜନ । ସାରା ବିଶ୍ୱରୁ ୨ ହଜାର ନାମିଦାମୀ ଅତିଥି ନିମନ୍ତ୍ରିତ ହୋଇଛନ୍ତି। ରାଜ୍ୟାଭିଷେକ ଲାଇଭ ସୋ ମଧ୍ୟ ଦେଖି ପାରିବ ସାରା ବିଶ୍ୱ ।

ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଟିଭି ଓ ରେଡିଓରେ ଲାଇଭ ବ୍ରଡକାଷ୍ଟ ହେବ । ଲଣ୍ଡନର ବିଭିନ୍ନ ପାର୍କରେ ଲାଗିବ ବଡବଡ ସ୍କ୍ରିନ। ରାଜ୍ୟାଭିଷେକ ବେଳେ ବ୍ରିଟେନ୍ର ବିଭିନ୍ନ ସ୍ଥାନରେ ଦିଆଯିବ ଗନସାଲ୍ୟୁଟ। ରାଜ୍ୟାଭିଷେକ ପରେ ୬ ମିନିଟର ଫ୍ଲାଏପାଷ୍ଟ ହେବ । ଏଥିରେ ସାମିଲ ହେବେ ୩ ସେନାର ୬୦ରୁ ଅଧିକ ଏୟାରକ୍ରାଫ୍ଟ।

ରାଜ୍ୟାଭିଷେକ ସମାରୋହରେ ଦେଖିବାକୁ ମିଳିବ ବହୁ ରାଜକୀୟ ଚିହ୍ନ। ଏଥିରେ ୫ ପ୍ରତୀକାତ୍ମକ ତଲୱାର, ସେଭରିନ୍‌ ରିଙ୍ଗ ଅଫ ସେଭାୟାର, ରୁବି କ୍ରସ ସେଟ ଡାଇମଣ୍ଡ ଦେଖିବାକୁ ମିଳିବ। ସିଂହାସନ ଆରୋହଣ ବେଳେ କାମିଲାଙ୍କୁ କ୍ୱିନ ମେରୀଙ୍କ ମୁକୁଟ ପିନ୍ଧାଯିବ ଓ ତାଙ୍କ ହାତରେ ହାତୀଦାନ୍ତରେ ନିର୍ମିତ ରାଜଦଣ୍ଡ ଶୋଭା ପାଇବ।

ସମାରୋହ ସମାପନ ପରେ ଚାର୍ଲସଙ୍କୁ ଦ୍ୱିତୀୟ ଇମ୍ପେରିଆଲ ଷ୍ଟେଟ କ୍ରାଉନ ପିନ୍ଧାଯିବ। ୨ ଘଣ୍ଟାର ରାଜ୍ୟାଭିଷେକ ପରେ ରାଜପ୍ରାସାଦ ବକିଂହାମ ପ୍ୟାଲେସକୁ ଫେରିବେ ରାଜା ଓ ରାଣୀ। ଗତବର୍ଷ ଏଲିଜାବେଥ ଦ୍ୱିତୀୟଙ୍କ ନିଧନ ପରେ ଗାଦି ସମ୍ଭାଳିଥିଲେ ଚାଲର୍ସ ତୃତୀୟ । ଗତବର୍ଷ ମେ ୬ ତାରିଖରେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.