ଏବେ ଭାରତରେ ତିଆରି ହେବ କରୋନା ଭାଇରସ ଟେଷ୍ଟ କିଟ୍, ଦେଶର ପ୍ରଥମ କମ୍ପାନୀକୁ ମିଳିଲା ସରକାରୀ ମଞ୍ଜୁରୀ

କରୋନା ଭାଇରସର ଟେଷ୍ଟ ପାଇଁ ଏବେ ଭାରତରେ ମଧ୍ୟ କିଟ୍ ପ୍ରସ୍ତୁତି ହୋଇପାରିବ। ପୁନେର କମ୍ପାନୀ Mylab ତରଫରୁ ତିଆରି କରାଯାଇଥିବା ଏହି କିଟକୁ ମଞ୍ଜୁରୀ ମିଳିସାରିଛି। ଏହା ବ୍ୟତୀତ ଜର୍ମାନୀର କମ୍ପାନୀ Altona Diagnostics କୁ ମଧ୍ୟ ମଞ୍ଜୁରୀ ମିଳିଛି। Mylab କମ୍ପାନୀର ମେଡିକାଲ ଡାଇରେକ୍ଟର ଡାକ୍ତର ଗୌତମ ୱାଙ୍ଖଡ଼େ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ କିଟ ସାହାଯ୍ୟରେ ମାତ୍ର ୨ ରୁ ଅଢ଼େଇ ଘଣ୍ଟା ଭିତରେ ରିପୋର୍ଟ ମିଳିଯିବ।

corona virus

କମ୍ପାନୀର କିଟରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ସାମ୍ପଲର ପରୀକ୍ଷା ବଡ଼ ଲ୍ୟାବରେ କରାସରିଥିବା ବେଳେ ୨୦୦ ସାମ୍ପଲର ଟେଷ୍ଟ ଛୋଟ ଲ୍ୟାବରେ କରାଯାଇଛି। Mylab ର ଏହି କିଟର ଦାମ ମାତ୍ର ୧୨୦୦ ଟଙ୍କା ରହିଛି।

corona3

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ କରୋନା ଟେଷ୍ଟ କରିବାକୁ କିଟର ଅଭାବ ଥିବା ନେଇ ସରକାର ଚିନ୍ତାପ୍ରକଟ କରିଥିଲେ। ଜନସଂଖ୍ୟା ତୁଳନାରେ କିଟ ସଂଖ୍ୟା କମ ଥିବାରୁ କରୋନା ଆକ୍ରାନ୍ତଙ୍କ ପରୀକ୍ଷା କରିବାରେ ସମସ୍ୟା ଦେଖାଦେଇଥିଲା। କିନ୍ତୁ ଏବେ ଆଉ ସେ ସମସ୍ୟା ରହିବନି ବୋଲି କମ୍ପାନୀ ଆଶା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.