କରୋନା ଭୟ : ଶବକୁ ଦାହ ନ କରି ଛାଡିଚାଲିଗଲେ ଶ୍ମଶାନ କର୍ମୀ

କରୋନା ସଂକ୍ରମଣ ଭୟ ସମସ୍ତ ଲୋକଙ୍କ ମନରେ ରହିଛି। ଲୋକଙ୍କ ମନରେ ଏହି କରୋନା ଏମିତି ଭୟ ସୃଷ୍ଟି କରିଛି ଯେ, ଲୋକେ ସାଧାରଣତଃ ଶବଦାହ କରିବାକୁ ଡରୁଛନ୍ତି। ହେବନି ବା କେମିତି। ଏହି ମହାମାରୀ ଲୋକଙ୍କ ମନରେ ଏପରି ଭୟ ଉତ୍ପନ୍ନ କରିଦେଇଛି। ଏପରି ଏକ ଘଟଣା ବାରଣାସୀରେ ଦେଖିବାକୁ ମିଳିଛି। ବାରଣାସୀର ମହାଶ୍ମଶାନ ମଣିକର୍ଣ୍ଣିକା ଘାଟରେ ଶବଦାହ କରୁଥିବା ଲୋକମାନେ ଜଣେ ମହିଳାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଲେ। ସେମାନେ ଶବକୁ ଛୁଇଁବା କିମ୍ବା ଦାହ କରିବା ପାଇଁ ମନା କରିଦେଇଥିଲେ। ଦୀର୍ଘ ଏକ ଘଣ୍ଟା ଧରି ସେମାନଙ୍କ ସହିତ ଯୁକ୍ତିତର୍କ ଲାଗିବା ପରେ ପୋଲିସର ହସ୍ତକ୍ଷେପ ପରେ ମହିଳାଙ୍କ ଶବଦାହ ହୋଇଥିଲା।

crea

ସୂଚନାଯୋଗ୍ୟ, ରବିବାର ଦିନ ବାରଣାସୀ ଥାନା ଅଧିନରେ ଥିବା ମହାଶ୍ମଶାନ ମଣିକର୍ଣ୍ଣିକା ଘାଟକୁ ସେନା ଯବାନ ଏକ ମହିଳାଙ୍କ ଶବ ନେଇ ପହଞ୍ଚିଥିଲେ। ସେହି ଶବଟି ସଂପୂର୍ଣ୍ଣ ଭାବେ କଭର ହୋଇଥିଲା। ସେହି ମହିଳାଙ୍କ ପରିଜନଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଲୋକ ପିପିଇ କିଟ୍‌ ମଧ୍ୟ ପିନ୍ଧିଥିଲେ। ଏଥିପାଇଁ ମୃତକ ଜଣକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଗୁଜବ ପ୍ରଚାରିତ ହୋଇଗଲା। ଏହା ଶୁଣିବା ପରେ ସେଠାରେ ଶବଦାହ କରୁଥିବା ଲୋକ ଆଉ ମହିଳାଙ୍କ ଶବକୁ ଦାହ କରିନଥିଲେ। ସେମାନେ ମହିଳାଙ୍କ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ। ତା’ରେ ମୃତକଙ୍କ ପରିଜନ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଡେଥ ସାର୍ଟିଫିକେଟ ଚେକ୍‌ କରିବା ପରେ ଅନ୍ତିମ ସଂସ୍କାର ହୋଇଥିଲା। ସୂଚନା ମୁତାବକ, ମୃତକଙ୍କ ଭାଇ ସେନାରେ ରହିଥିବା ଯୋଗୁଁ ଅନ୍ତିମ ସଂସ୍କାର ପାଇଁ ସେନାର ଯବାନ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.