ଡ୍ରଗ୍ସ ପାଇଁ ଦୁଇ କଅଁଳା ଶିଶୁକୁ ବିକ୍ରି କରିଦେଲେ ବାପା ମା’, ପୋଲିସ କଲା ଗିରଫ

ଡ୍ରଗ୍ସ ନିଶା ପାଇଁ ଦୁଇ ଛୁଆଙ୍କୁ ବାପା ମା’ ବିକ୍ରି କରିଦେଲେ । ପୋଲିସ ଗୋଟେ ମାସର ପିଲାକୁ ଉଦ୍ଧାର କରିବା ସହିତ ୨ ବର୍ଷର ପିଲାକୁ ଖୋଜୁଛି ।ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏମିତି ଘଟଣା ମୁମ୍ବାଇରେ ଘଟିଛି ।

ନିଜ ପିଲାର ମଙ୍ଗଳ ପାଇଁ ବାପା ମା’ କିଛି ବି କରିପାରନ୍ତି । ପିଲାର ଭବିଷ୍ୟତ ପାଇଁ ନିଜର ଖୁସିକୁ ବାପା ମା’ ଭୁଲି ଯାଆନ୍ତି । ହେଲେ କେବେ ପିଲାମାନଙ୍କ ଜୀବନକୁ ବାଜି ଲଗାଇ ନିଜର ନିଶାକୁ କେବେ କୌଣସି ବାପା ମା ପୂରଣ କରନ୍ତି ନାହିଁ । ହେଲେ ନିଶାରେ ପାଗଳ ହୋଇ ଛୁଆ ବିକ୍ରି କରି ଡ୍ରଗ୍ସ ଖାଇଛନ୍ତି ବାପା ମା’ । ଫଳରେ ପୋଲିସ ମାସର ପିଲାକୁ ଉଦ୍ଧାର କରିବା ସହିତ ଅନ୍ୟ ୨ ବର୍ଷର ପିଲାକୁ ଖୋଜୁଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏମିତି ଘଟଣା ମୁମ୍ବାଇରେ ଘଟିଛି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ତଦନ୍ତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଭିଭାବକ ଶାବୀର ଏବଂ ସାନିଆ ଖାନ ଏବଂ ଶକିଲ ମାକ୍ରାନି ଅଛନ୍ତି। ଏଥିରେ ଏଜେଣ୍ଟ ସାଜି କମିଶନ ନେଇଥିବା ଉଷା ରାଠୋଡ଼ଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

ପୋଲିସ କହିବା ମୁତାବକ, ଶାବୀର ଏବଂ ସାନିଆ ଡ୍ରଗ୍ସ ନିଶାରେ ଏକଦମ ପାଗଳ ହୋଇ ଯାଇଥିଲେ । ଡ୍ରଗ୍ସ ଖାଇବାକୁ ଟଙ୍କା ନ ପାଇବାରୁ ସେମାନେ ଦୁଇ ପିଲାଙ୍କୁ ବିକ୍ରି କରିବାକୁ ମନସ୍ତ କରିଥିଲେ । ଏଥିପାଇଁ ଉଷା ରାଠୋଡ଼ଙ୍କ ସହ ଯୋଗାଯୋଗ କରିଥିଲେ । ଉଷାଙ୍କ ୭୪ ହଜାରର ଡିଲ୍ ପରେ ମାସକର ଝିଅ ଏବଂ ଦୁଇ ବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ ।

ପୁଅକୁ ୬୦ ହଜାର ଏବଂ ଝିଅକୁ ୧୪ ହଜାରରେ ବିକ୍ରି କରିଥିଲେ ଏହି ଦମ୍ପତି। ପୋଲିସ ଅନ୍ଧେରୀରୁ ଝିଅକୁ ଉଦ୍ଧାର କରିଥିବା ବେଳେ ପୁଅକୁ ଖୋଜାଖୋଜି କରୁଛି । ଦମ୍ପତିଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ ଦେବା ପରେ ପୂରା ମାମଲା ସାମ୍ନାକୁ ଆସିଛି । ଶାବୀରଙ୍କ ଭଉଣୀ ଏନେଇ ନିଜେ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାସକର ଝିଅକୁ ଉଦ୍ଧାର କରିଥିବା ବେଳେ ୨ ବର୍ଷର ପୁଅକୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.