୪୫ ବର୍ଷରେ ବି ଏକାକୀ ଜୀବନ ବିତାଉଛନ୍ତି ରାଖୀ ସାୱନ୍ତ

ଡ୍ରାମା କ୍ଵିନ ରାଖୀ ସାୱନ୍ତ ନିଜ ଲଭ୍ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଦୁଇ ଥର ବିବାହ କରିଥିଲେ, କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ୪୫ ବର୍ଷ ବୟସରେ ମଧ୍ୟରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ରାଖୀ ।

ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ମୋଷ୍ଟ ପପ୍ୟୁଲାର ଆକ୍ଟ୍ରେସ ରାଖୀ ସାୱନ୍ତ । ଡ୍ରାମା କ୍ଵିନ ରାଖୀ ସାୱନ୍ତ ନିଜ ଲାଇଫ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାଖୀ ସାୱନ୍ତଙ୍କ ପ୍ରଫେସନାଲ ଲାଇଫ କିଛି ବିଶେଷ ନୁହେଁ । ସେ ପ୍ରାୟତଃ ରିୟଲିଟି ଶୋ ବିଗବସ କିମ୍ବା ମ୍ୟୁଜିକ ଭିଡିଓରେ ନଜର ଆସିଥାନ୍ତି । କିନ୍ତୁ କିଛି ଦିନ ହେବ ସେ ନିଜ ଲଭ୍ ଲାଇଫକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଆସନ୍ତୁ ରାଖୀ ସାୱନ୍ତଙ୍କ ଲଭ୍ ଲାଇଫ ଉପରେ ନଜର ପକେଇବା । ସେ ଦୁଇ ଥର ବିବାହ କରିଥିଲେ, କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ୪୫ ବର୍ଷ ବୟସରେ ମଧ୍ୟରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ରାଖୀ । ରାଖୀ ସାୱନ୍ତ ଗୁପ୍ତ ଭାବରେ ଠାରେ ବିବାହ କରିଥିଲେ ଏବଂ ପରେ ଆଦିଲ ଖାନଙ୍କୁ ଦ୍ଵିତୀୟ ଥର ବିବାହ କରିଥିଲେ । ଏପରିକି ପ୍ରେମ ପାଇଁ ସେ ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରିଥିଲେ । କିନ୍ତୁ ଖୁବ ଶୀଘ୍ର ଉଭୟଙ୍କ ସମ୍ପର୍କ ଭାଙ୍ଗିଗଲା ।

ରିଅଲିଟି ଶୋ ‘ବିଗ୍ ବସ୍ ୧୫’ରେ ସେ ତାଙ୍କର ପ୍ରଥମ ସ୍ୱାମୀ ରିତେଶଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ରାଖୀ କହିଥିଲେ ଯେ ସେ ବହୁ ପୂର୍ବରୁ ରିତେଶଙ୍କୁ ବିବାହ କରିଥିଲେ । ତେବେ ରିତେଶ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ସନ୍ତାନ ଥିଲେ । ସଲମାନ ଖାନଙ୍କ ଶୋ ‘ବିଗ୍ ବସ୍’ରୁ ବାହାରିବା ପରେ ରାଖୀ ସାୱନ୍ତ ଏବଂ ରିତେଶ ଅଲଗା ହୋଇଯାଇଥିଲେ । ଏହା ପରେ ଦୁହେଁ ପରସ୍ପର ବିରୋଧରେ ଅନେକ ଆରୋପ ଲଗାଇଥିଲେ ।

ଏହା ପରେ, ରାଖୀ ସାୱନ୍ତ ଗତ ବର୍ଷ ୨୦୨୨ ରେ ପ୍ରକାଶ କରିଥିଲେ ଯେ ସେ ଆଦିଲ ଦୁରାନୀଙ୍କୁ ଡେଟ କରୁଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ରାଖୀ କହିଛନ୍ତି ଯେ ସେ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ନାମ ଫାତିମା । କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ । ରାଖୀ ସାୱନ୍ତ ଆଦିଲ ଦୁରାନୀଙ୍କ ଉପରେ ମାରପିଟ ଏବଂ ଅନ୍ୟାନ୍ୟ ଆରୋପ ଲଗାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଆଦିଲଙ୍କୁ କିଛି ଦିନ ଜେଲରେ ମଧ୍ୟ ରହିବାକୁ ପଡିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.