IDBI ବ୍ୟାଙ୍କରେ ୨୧୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

IDBI ବ୍ୟାଙ୍କରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆଇଡିବିଆଇ ବ୍ୟାଙ୍କରେ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଏଗଜିକ୍ୟୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ idbibank.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । IDBI ବ୍ୟାଙ୍କରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆଇଡିବିଆଇ ବ୍ୟାଙ୍କରେ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଏଗଜିକ୍ୟୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ idbibank.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଅନଲାଇନ ପରୀକ୍ଷା ଆରମ୍ଭ ହୋଇସାରିଛି । ଆଉ ଆବେଦନ କରିବାର ଶେଷ ତାରିଖ ୬ ଡିସେମ୍ବର ୨୦୨୩ ରହିଛି । ଏହି ଭର୍ତ୍ତି ଅନୁସାରେ ଏଠାରେ ୨୧୦୦ ପଦବୀ ଖାଲିପଡିଛି ।

ପଦବୀ ବିବରଣୀ : ୨୧୦୦

ଜୁନିଅରୀ ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ ଓ) : ୮୦୦
ଏଗଜିକ୍ୟୁଟିଭ (ସେଲସ ଆଣ୍ଡ ଅପରେସନ) : ୧୩୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୬ ଡିସେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ସ୍ନାତକ କରିଥିବା ଜରୁରୀ । ଏହାସହିତ ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀ ଅତିକମରେ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ସେଲ୍ସ ଆଣ୍ଡ ଅପରେସନ୍ସ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଦରମା : ଚୟନିତ ଆସିଷ୍ଟାଣ୍ଟ ଜୁନିଅର ମ୍ୟାନେଜର ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯାଇ ବର୍ଷକୁ ୭ ଲକ୍ଷ ଏବଂ ଏଗଜିକ୍ୟୁଟିଭ ପ୍ରାର୍ଥୀଙ୍କୁ ମାସିକ ୨୯,୦୦୦ ଟଙ୍କା ଏବଂ ଦ୍ୱିତୀୟ ବର୍ଷରୁ ୩୧ ହଜାର ଟଙ୍କା ମିଳିବ

ଚୟନ ପ୍ରକ୍ରିୟା : ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ ଓ ଚୟନ ପାଇଁ ପ୍ରାର୍ଥୀ ଅନଲାଇନ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ପର୍ସନାଲ ଇଣ୍ଟରଭ୍ୟୁ, ପ୍ରି ରିକ୍ରୁଟମେଣ୍ଟ ମେଡିକାଲ ଟେଷ୍ଟ ଦେବାକୁ ହେବ । ସେହିପରି ସେଲ୍ସ ଆଣ୍ଡ ଅପରେସନ ପାଇଁ ଅନଲାଇନ ଟେଷ୍ଟ, ଡକ୍ୟୁମେଣ୍ଟସ ଭେରିଫିକେସନ ଏବଂ ପ୍ରି ରିକ୍ରୁଟମେଣ୍ଟ ମେଡିକାଲ ଟେଷ୍ଟ ଦେବାକୁ ହେବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୨୦୦ ଟଙ୍କା ଦେବାକୁ ହେବ ।

ଅଧିକ ବିବରଣୀ ପାଇଁ ୱେବସାଇଟକୁ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.