Below header

ମୁସାରଫଙ୍କ ବେନାମୀ ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବିଦେଶୀ ଖାତାରେ ରହିଛି କୋଟି କୋଟି ଟଙ୍କା

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ। ଦେଶଦ୍ରୋହ ମାମଲାରେ ପେଶାୱର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ମୁସାରଫ ଦୁବାଇରେ ନିଜର ଚିକିତ୍ସା କରୁଛନ୍ତି। କ’ଣ ଆପଣ ଜାଣିଛନ୍ତି କି, ମୁସାରଫଙ୍କର ଦେଶ ବିଦେଶରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏହାଛଡା ସେ ଦୁଇଟି ଟ୍ରଷ୍ଟ ମଧ୍ୟ ଚଳାଉଛନ୍ତି। ଦେଶଦ୍ରୋହ ମାମଲାରେ ପାକିସ୍ତାନ ଅଦାଲତ ତାଙ୍କ ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟ ରଦ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତାଙ୍କ ପତ୍ନୀ କୋର୍ଟରେ ଅପିଲ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା ରୋକ୍‌କୁ ହଟାଇ ଦିଆଯାଇଛି।

1

ମୁସାରଫଙ୍କର ପାକିସ୍ତାନରେ ଆଠଟି ସମ୍ପତ୍ତି ରହିଛି। ଏଥିମଧ୍ୟରେ କରାଚୀରେ ୫୦ ଲକ୍ଷ ଟଙ୍କାର ଘର, ୧୫ ଲକ୍ଷ ଟଙ୍କାର ପ୍ଲଟ, କରାଚୀରେ ଡିଫେନ୍ସ ହାଉସିଂ ଅଥରିଟିରେ ଏକ ଫ୍ଲାଟ (୧୫ ଲକ୍ଷ), ଇସଲାମବାଦରେ ୭.୫ କୋଟି ଟଙ୍କାର ଫ୍ଲାଟ, ଲାହୋରରେ ୬୦ ଲକ୍ଷ ଟଙ୍କା ଫ୍ଲାଟ ଏହା ସହ ଇସଲାମବଦାରରେ ୬୦ ଲକ୍ଷ ଟଙ୍କାର ଏକ ଫାର୍ମହାଉସ ରହିଥିବା ବେଳେ ଊଣ୍ଡନ ଏବଂ ଦୁବାଇରେ ମଧ୍ୟ ଘର ରହିଛି। ଲଣ୍ଡନରେ ଥିବା ଘରର ମୂଲ୍ୟ ୩୦ କୋଟି। ଏହାଛଡା ଅନେକ ବ୍ୟାଙ୍କ ଆକାଉଣ୍ଟ ପାକିସ୍ତାନ ଏବଂ ଳଣ୍ଡନରେ ରହିଛି। ମୁସାରଫଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୧୪୦ କୋଟି ଟଙ୍କା ରହିଥିବା ପାକିସ୍ତାନରେ ଥିବା ବ୍ୟାଙ୍କରେ ୧୨.୫ ଲକ୍ଷ ଟଙ୍କା ରହିଛି।

ସୂଚନାଯୋଗ୍ୟ,୨୦୦୭ ନଭେମ୍ବର ୩ ତାରିଖରେ ପାକିସ୍ତାନରେ ଜରୁରୀକାଳିନ ପରିସ୍ଥିତି ଜାରି କରିଥିଲେ ମୁସାରଫ। ଏନେଇ ୨୦୧୩ ଡିସେମ୍ବରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୨୦୧୪ ମାର୍ଚ୍ଚ ୩୧ତାରିଖରେ ମୁସାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.