Below header

ଆପଣଙ୍କୁ ରାତିରେ ନିଦ ହେଉନିକି ? ତେବେ ଖାଆନ୍ତୁ ଏହି ସବୁ ଜିନିଷ ଓ ପୂରଣ କରନ୍ତୁ ନିଦ

ରାତି ଅନିଦ୍ରା ସମସ୍ୟା ଏବେକାର ଏକ ସାଧାରଣ ସମସ୍ୟା ପାଲଟିଲାଣି । ଦିନ ସାରାର ବ୍ୟସ୍ତତା ପରେ ରାତିରେ ଆଉ ସୁଖକର ନିଦ ଆସୁନାହିଁ । ୟୁରୋପର କେତେକ ଡାକ୍ତରଙ୍କ ଦ୍ୱାରା ହୋଇଥିବା ଗବେଷଣା ଅନୁଯାୟୀ ଦିନ ସାରା ଆମେ ଯାହାବି ଖାଇଥାଉ ତାର ପ୍ରଭାବ ଆମ ନିଦ ଉପରେ ହିଁ ପଡିଥାଏ । ଆଉ ଏକ ଗବେଷଣାରୁ ଜଣା ଯାଇଥିଲା କି ଶାକାହାରୀ ମାନେ ଅଧିକ ମାତ୍ରାରେ ନିଦ୍ରା ହୀନତାର ଶିକାର ହୋଇଥାନ୍ତି । ଶରୀରରେ ପୁଷ୍ଟିର ଅଭାବ ହେତୁ ଏମାନେ ସପ୍ତାହର ପ୍ରାୟ ୪ ଦିନ ଥକାପଣ ଅନୁଭବ କରିଥାନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଦିନ ମଧ୍ୟରେ ନିଜ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ତେବେ ନିଜର ଏହି ସମସ୍ୟାରୁ ନିଶ୍ଚିତ ରୂପେ ମୁକ୍ତି ପାଇପାରିବା ।

ଚିଜ:

ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ମଜେରଳା ଚିଜରେ ନିଦ କରୁଥିବା ହର୍ମୋନ ମେଲାଟୋନିନ ଭରପୁର ମାତ୍ରାରେ ମହଜୂତ ଥାଏ । ତେଣୁ ବିଳମ୍ବିତ ରାତିରେ ରୁଟି କିମ୍ବା ବ୍ରେଡ ସହ କିଛି ଚିଜ ଖାଇଲେ ଭଲ ନିଦ ଆସିଥାଏ ।

cheese

ଓଟ୍ସ:

ସକାଳ କିମ୍ବା ସନ୍ଧ୍ୟା ଜଳଖିଆ ଓଟ୍ସ ଏବେ ପ୍ରାୟ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ ପାଲଟିଛି | ଓଟ୍ସ ରେ ମହଜୂତ ଥିବା ଭିଟାମିନ ଓ ମିନେରାଲ ଶରୀରକୁ ରିଲାକ୍ସ କରିବା ସହ ଭଲ ନିଦ ମଧ୍ୟ ଆଣିଥାଏ । ଓଟ୍ସ ମେଲାଟୋନିନ ହର୍ମୋନର ଏକ ପ୍ରାକୃତିକ ସ୍ରୋତ ଅଟେ ।

ଟୋଫୁ ମାଛ:

ଟୋଫୁରେ ମେଲାଟୋନିନ ଓ ଟ୍ରିପଟୋଫେନ ଭରପୁର ମାତ୍ରାରେ ମହଜୂତ ଥାଏ । ଏହା ସହ ଟୋଫୁରେ ଅଧିକ ମାତ୍ରାରେ ପ୍ରୋଟିନ ଓ କ୍ୟାଲସିୟମ ମହଜୂତ ଥାଏ । ଏହା ବାଦ ବିଭିନ୍ନ ସୋୟା ପ୍ରଡକ୍ଟସ ମଧ୍ୟ ନିଦ କରାଉଥିବା ହର୍ମୋନ ଟ୍ରିପଟୋଫେନ ଏକ ଭଲ ସ୍ରୋତ ଅଟେ ।

tofu fish

ଅଣ୍ଡା:

ଅଣ୍ଡାରେ ଅଧିକ ମାତ୍ରାରେ ଭିଟାମିନ ଡି ଓ ଟ୍ରିପଟୋଫେନ ମହଜୂତ ଥାଏ । ଯାହା ନିଦ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଚେରି:

ଚେରିରେ ଏଂଥୋସାୟନିନ ପରି ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହାକୁ ନିୟମିତ ଖାଇଲେ ଲମ୍ବା ସମୟ ଧରି ଏକ ସୁଖକର ନିଦ ଆସିଥାଏ ।

avocado

ଏଭୋକାଡୋ:

ଏହି ଫଳରେ ଭରପୁର ମାତ୍ରାରେ ମ୍ୟାଗନେସିୟମ ଥାଏ । ଯାହାକି ମନୁଷ୍ୟର ଡିପ୍ରେସନ ସ୍ତରକୁ କମ କରିଥାଏ । ଶରୀରର ମସଲସ ଗୁଡିକୁ ମଧ୍ୟ ଏହା ଆରାମ ଦେଇଥାଏ ।
ପୃଥିବୀର ଜଣାଶୁଣା ବିଶେଷଜ୍ଞଙ୍କ ଅନୁଯାୟୀ କେବଳ ନିଜ ଡାଏଟ ଉପରେ ଧ୍ୟାନ ନ ଦେଇ ଅନ୍ୟନ ଦିଗ ପ୍ରତି ଦୃଷ୍ଟି ଦେଲେ ଆମେ ଏକ ସୁସ୍ଥ ଜୀବନ ଶୈଳୀ ଅତିବାହିତ କରିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.