ଦୁନିଆର ସବୁଠାରୁ ଥଣ୍ଡା ଅଞ୍ଚଳ, ଯେଉଁଠାରେ ଶୀତଦିନେ –୫୮ ଡିଗ୍ରୀ ଯାଏଁ ଖସିଯାଏ ତାପମାତ୍ରା

ଏବେ ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ପାହାଡ଼ିଆ ଅଞ୍ଚଳଠାରୁ ଆରମ୍ଭ କରି ସମତଳ ଅଞ୍ଚଳ ପର୍ଯ୍ୟନ୍ତ ଏବେ ସବୁ ସ୍ଥାନରେ ଶୀତ ଅନୁଭୂତ ହେଉଛି। ତେବେ ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ତାପମାତ୍ରା ୦ ଡିଗ୍ରୀଠାରୁ ମଧ୍ୟ ଆହୁରି ତଳକୁ ଖସିଯାଏ। ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼େ। ଆଜି ଆସନ୍ତୁ ଜାଣିବା ଦୁନିଆର କେଉଁ କେଉଁ ସ୍ଥାନରେ ଅଧିକ ଥଣ୍ଡା ପଡ଼େ…

ଦୁନିଆର ସବୁଠାରୁ ଅଧିକ ଥଣ୍ଡା ସ୍ଥାନ ହେଉଛି ଋଷର ଓମେକନ୍‌। ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ସ୍ଥାନର ସର୍ବନିମ୍ନ ତାପମାତ୍ରା –୫୮ ଡିଗ୍ରୀ।

ଓକେମନ୍‌ ପରେ ପୃଥିବୀର ସବୁଠାରୁ ଅଧିକ ଶୀତ ମଙ୍ଗୋଲିଆର ଉଲାନବାତର ଠାରେ ଅନୁଭୂତ ହୋଇଥାଏ। ଏଠାକାର ଜନସଂଖ୍ୟା ୧୦ ଲକ୍ଷ। ଏହି ସ୍ଥାନର ନ୍ୟୁନତମ ତାପମାତ୍ରା -୩୯ ଡିଗ୍ରୀରୁ –୪୨ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ରହିଥାଏ।

ଥଣ୍ଡା ଅନୁଭୂତ ହେବାରେ ତୃତୀୟ ସ୍ଥାନରେ ରହିଛି ଋଷର କ୍ରାସ୍ନୋୟାର୍ସ୍କର ଡୁଣ୍ଡିକା ଅଞ୍ଚଳ। ଏଠାକାର ତାପମାତ୍ରା –୩୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହି ସ୍ଥାନର ଜନସଂଖ୍ୟା ୨୨ ହଜାର।

ଅଧିକ ଥଣ୍ଡା ପଡ଼ୁଥିବା ସ୍ଥାନମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ଉତ୍ତର ଆମେରିକାର କାନାଡ଼ାର ୟେଲୋନାଇଫ୍‌ ନର୍ଥେଓ୍ଵଷ୍ଟ ଟେରିଟୋରୀ। ଏହି ସ୍ଥାନର ତାପମାତ୍ରା –୩୨ ଡିଗ୍ରୀ ସେଲିୟସ୍‌ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହି ଅଞ୍ଚଳରେ ମୋଟ ୧୯ ହଜାର ଲୋକ ବସବାସ କରୁଛନ୍ତି।

 

ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରେ ପଞ୍ଚମ ନମ୍ବରରେ ରହିଛି ଚୀନର ହାର୍ବିନ ହେଇଲୋଙ୍ଗ୍‌ଜିୟାଙ୍ଗ। ଏଠାକାର ଜନସଂଖ୍ୟା ୫୧ ଲକ୍ଷ। ଶୀତଦିନେ ଏହି ଅଞ୍ଚଳର ତାପମାତ୍ରା –୨୨ରୁ –୨୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.